କେନ୍ଦ୍ରାପଡା : କରୋନା ପାଇଁ କେନ୍ଦ୍ରାପଡା ର ବିଭିନ୍ନ ସ୍ଥାନରେ ପରିବା ଦର ଆକାଶ ଛୁଅାଁ ଧରିଛି । କୋଭିଡ-୧୯, ଆଷାଢ ମାସ ସହ ବାହାଘର ଥିବାରୁ ଏବଂ ସ୍ଥାନୀୟ ଅଂଚଳରୁ ପରିବାପତ୍ର ଆମଦାନି କମ୍ ହୋଇ ଥିବାରୁ ପରିବା ଦର ଅହେତୁକ ବୃଦ୍ଧି ପାଇଛି । ଅଦିନିଆ ବର୍ଷାରେ ପରିବା ନଷ୍ଟ ହୋଇଥିବାରୁ ରେଟ ବଢିବା ମଧ୍ୟ ଏହାର ଅନ୍ୟ ଏକ କାରଣ ହୋଇଛି ।
ବାଇଗଣ-୫୦, ବିଲାତି-୫୦, ବିନ୍-୮୦, ଝୁଡଙ୍ଗ-୬୦, କଲରା-୪୦, ସଜନା ଛୁଇଁ-୧୦୦, କାକୁଡି-୪୦, ଶିମଳା-୧୫୦, ଛଂଚିଣା-୪୦, ଲଙ୍କା-୧୦୦, ପୋଟଳ-୫୦ ଟଙ୍କା ପ୍ରଭୃତି ଦର ରହିଛି । ଜିଲ୍ଲାର ବାହାର ଅଂଚଳରୁ ପରିବା ଆସୁଥିବାରୁ ରେଟ ବୃଦ୍ଧି ପାଇଥିବା ନେଇ ବ୍ୟବସାୟୀ ଙ୍କ ଠାରୁ ସୂଚନା ମିଳିଛି ।
