ସୁଭେନ୍ଦ୍ର ପଟ୍ଟନାୟକ : ଗରମ ଦିନରେ ଅପାଙ୍କ ଶରୀର ପାଇଁ ସବୁଠାରୁ ଅଧିକ ଜଳର ଆବଶ୍ୟକତା ରହିଥାଏ l ଯଦି ଆପଣ ପାଣି ପିଇବା କମାଇ ଦିଅନ୍ତି ତେବେ ଡିହାଇଡ୍ରେସନର ଶିକାର ହୁଅନ୍ତି l ଆମର ଚାରିପାଖରେ ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହା ଆମ ଶରୀରରୁ ପାଣିର ମାତ୍ରାକୁ କମ ହେବାକୁ ଦିଏ ନାହିଁ l ସେଠି ମଧ୍ୟରୁ ଲାଉ ହେଉଛି ଗୋଟିଏ l ଲାଉରେ ଏପରି କିଛି ତତ୍ୱ ଅଛି ଯାହା ଶରୀରକୁ ପାଣି ଯୋଗାଇବା ସହିତ ସୁସ୍ଥ ମଧ୍ୟ ରଖିଥାଏ l ଅଧିକାଂଶ ଲୋକ ଲାଉକୁ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ l କିନ୍ତୁ ଏହି ପରିବlଟି ଅତି ସହଜରେ ବଜାରରେ ମିଳିଯାଏ l ଏହା ସହିତ ଲାଉରେ ଏପରି କିଛି ଗୁଣ ଅଛି ଯାହା ଅଧିକାଂଶ ରୋଗରୁ ଆରାମ ଦେଇଥାଏ l ଲାଉକୁ ରାନ୍ଧିକି ହେଉ କିମ୍ବା କଞ୍ଚା ଭାବରେ ହେଉ ଯେପରିବି ଖାଇଲେ ଦେହପାଇଁ ହିତକର l ସଂସ୍କୃତରେ ଲାଉକୁ ତୁମ୍ବି କୁହାଯାଏ l ଆଜି ଆସନ୍ତୁ ଜାଣିବା ଲାଉ ଦ୍ୱାରା ଶରୀରକୁ କି ଲାଭ ମିଳେ l
* ପାକସ୍ଥଳୀ କୁ ସୁସ୍ଥ ରଖେ -ଆୟୁର୍ବେଦ ଅନୁସାରେ ପାକସ୍ଥଳିର ସମସ୍ତ କାର୍ଯ୍ୟକୁ ତୁଲାଇବା ପାଇଁ ଓ ତାର କାର୍ଯ୍ୟ କ୍ଷମତାକୁ ବଢାଇବା ପାଇଁ ଲାଉ ଖାଇବା ଆବଶ୍ୟକ l ଲାଉ ପାକସ୍ଥଳୀରେ ହୋଇଥିବା ସଂକ୍ରମଣ କୁ ମଧ୍ୟ ଠିକ କରିଥାଏ l
* ଓଜନ କମାଇବାରେ ସାହାଯ୍ୟକରେ -ଯଦି ଆପଣ ଅତିଶୀଘ୍ର ନିଜର ଓଜନ କମାଇବାକୁ ଚାହୁଁଛନ୍ତି ,ତେବେ ଲାଉ ଖାଇବା ଅପାଙ୍କ ପାଇଁ ଗୋଟିଏ ଭଲ ଉପାୟ l କାରଣ ଲାଉରେ ୯0 ପ୍ରତିଶତ ଜଳ ରହିଥାଏ ଏବଂ ପ୍ରତି ୧00 ଗ୍ରାମ ଲାଉରେ ୧୨ ପ୍ରତିଶତ କ୍ୟାଲୋରୀ ଅଛି l ଲାଉରେ ଅଧିକ ମାତ୍ରାରେ ଫାଇବର ଥିବା ହେତୁ ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ l
* ମାନସିକ ଚାପ କମ କରେ -ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ କାମ ଟେନ୍ସନ ଓ ଘର ଅସୁବିଧାରେ ସମସ୍ତେ ପ୍ରାୟ ବ୍ୟସ୍ତ ରହୁଛନ୍ତି l ତା ସହିତ ଅସ୍ୱାସ୍ଥ୍ୟକର ଖାଦ୍ୟ ମାନସିକ ଦୁଶ୍ଚିନ୍ତାକୁ ବଢ଼ାଇ ଦେଉଛି l ଲାଉରେ ଥିବା ପାଣିର ମାତ୍ର ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଦୁଶ୍ଚିନ୍ତାରୁ ଦୁରେଇ ରଖେ l ତେଣୁ ଦିନକୁ ଯେଉଁ ସମୟରେ ହେଲେବି ଥରଟିଏ ଲାଉ ଜୁସରେ ଲେମ୍ବୁ ଚୁପୁଡ଼ି ପିଇଲେ ଲାଭ ମିଳିବ l
* ଉଚ ରକ୍ତଚାପକୁ ନିୟନ୍ତ୍ରଣ କରେ -ଲାଉରେ ସୋଡ଼ିଅମ ଓ ପୋଟାସିୟମ ପରି ଅନେକ ଗୁଡିଏ ମିନେରାଲସ ମିଳିଥାଏ l ତେଣୁ ଉଚ ରକ୍ତଚାପ ରୋଗୀମାନେ ପ୍ରତିଦିନ ଲାଉ ଖାଇଲେ ତାଙ୍କର ରକ୍ତଚାପ ନିୟନ୍ତ୍ରଣ ରହିବl ସହିତ ହୃଦଘାତ ମଧ୍ୟ ହୋଇନଥାଏ l
* ଭଲନିଦ ପାଇଁ ଲାଉ -ଆପଣ ହୁଏତ ଜାଣିନଥିବେ ଲାଉ ଅନିଦ୍ରା ଦୁର କରିଥାଏ l ଯଦି ଆପଣ ରାଶି ତୈଳ ସହିତ ଲାଉ ରସ ମିଶାଇ ନିୟମିତ ସେବନ କରିବେ ତେବେ ଆପଣ ଭୁଲିଯିବେ ଅନିଦ୍ରା କାହାକୁ କୁହନ୍ତି l ଲାଉରସ ସେବନ କରିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଏ l