ରଙ୍ଗର ପର୍ବ ହୋଲି ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ, ଯାହାକି ଉଲ୍ଲାସ, ଖୁସି ଓ ରଙ୍ଗର ପର୍ବ ଭାବରେ ପାଳନ କରାଯାଇଥାଏ, ଏହିଦିନ ଟି କେବଳ ରଙ୍ଗ ଖେଳ ପାଇଁ ପ୍ରସିଦ୍ଧ ନୁହେଁ, ବରଂ ଏଥିରେ ରହିଥିବା ବିଭିନ୍ନ ଭାବ, ଆବେଗ, ସ୍ନେହ , ପ୍ରେମ ର ମଧ୍ୟ ଅନେକ ମହତ୍ୱ ରହିଛି l କିନ୍ତୁ ହୋଲିରେ ରଙ୍ଗ ଖେଳର ଇତିହାସ ଖୁବ ଲମ୍ବା, ଯାହାକି ପୁରାତନ ରୁ ନେଇ ଆଧୁନିକ ଇତିହାସ ସହିତ ଖୁବ ଜଡିତ ଅଟେ l
ଭାରତରେ ରଙ୍ଗର ଇତିହାସ ଖୁବ ପୁରୁଣା –
ଭାରତରେ ରଙ୍ଗର ଇତିହାସ ଖୁବ ପୁରୁଣା, ପ୍ରାଚୀନ ଭାରତରେ ରଙ୍ଗର ବ୍ୟବହାର କେବଳ ସୌନ୍ଦର୍ଯ୍ୟ କିମ୍ବା ଖୁସି ପାଇଁ କରାଯାଉ ନଥିଲା, ବରଂ ଆୟୁର୍ବେଦ ର ଉପଚାର ରେ ମଧ୍ୟ ଏହାର ପ୍ରମୁଖ ସ୍ଥାନ ଥିଲା, ଏହି ରଙ୍ଗର ଶରୀର ଓ ମନ ଉପରେ ଖୁବ ପ୍ରଭାବ ପଡିଥାଏ, –
-ନାଲି ରଙ୍ଗ ଉର୍ଜା ଓ ଉତେଜନା ର ପ୍ରତୀକ
– ନୀଳ ରଙ୍ଗ ଶାନ୍ତି ଓ ସନ୍ତୁଳନ ର ପ୍ରତୀକ
– ସବୁଜ ରଙ୍ଗ ସୁନ୍ଦର ଶସ୍ୟର ପ୍ରତୀକ
– ହଳଦିଆ ରଙ୍ଗ ଖୁସି ଓ ମାନସିକ ଶାନ୍ତିର ପ୍ରତୀକ
– ଧଳା ରଙ୍ଗ ଶାଶ୍ୱତ ଓ ପବିତ୍ରତା ର ପ୍ରତୀକ
– ନାରଙ୍ଗୀ ରଙ୍ଗ ପ୍ରଗତୀର ପ୍ରତୀକ ଇତ୍ୟାଦି l ଏହି ସମସ୍ତ ରଙ୍ଗ ଭାରତୀୟ ଙ୍କ ଜିବନର ଅଂଶ, ପ୍ରାଚୀନ ଭାରତୀୟ ସଂକୃତିରେ ରଙ୍ଗକୁ ଧାର୍ମିକ, ସାଂସ୍କୃତିକ, ଚିକିତ୍ସା ଉଦେଶ୍ୟରେ କରାଯାଉଥିଲା l
ଭାରତୀୟ ପରିବାର ଗୁଡିକ ରେ ରଙ୍ଗକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟବହାର କରାଯାଇଥାଏ, ଯେକୌଣସି ଶୁଭ କାର୍ଯ୍ୟ ରେ ରଙ୍ଗର ପ୍ରଥମ ବ୍ୟବହାର ହୁଏ, ପୌରାଣିକ ଯୁଗରେ ରଙ୍ଗକୁ ପ୍ରେମର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ l ଯାହାକି ଗୋଟିଏ ସୁନ୍ଦର ଅନୁଭୂତିକୁ ଦର୍ଶାଇଥାଏ l