ଆଜିକାଲି ଜନ୍ମ ହ୍ରାସ ହେଉଛି, ପୂର୍ବରୁ ଯେଉଁଠି ସ୍ୱାମୀ-ସ୍ତ୍ରୀ ୩ରୁ ୪ଟି କିମ୍ବା ସନ୍ତାନ ଜନ୍ମ କରୁଥିଲେ, ତେହା ହାସ ହୋଇ ୨ରେ ପହଞ୍ଚିଥିଲା ଏବଂ ବର୍ତମାନ ତାହା ଗୋଟିଏ ସନ୍ତାନ ରେ ପହଂଚିଛି, ଅଧ୍ୟୟନ କହୁଛି ଯେ ପ୍ୟୁର୍ବରୁ ମହିଳା ମାନେ ଅଧିକ ସନ୍ତାନ ପ୍ରସବ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ପାଉଥିଲେ, କିନ୍ତୁ ବର୍ତମାନ ଗୋଟିଏ ସନ୍ତାନ ଜନ୍ମ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି l
କଣ କହୁଛି ଅଧ୍ୟୟନ ?
ଅଧ୍ୟୟନ କହୁଛି ଅଧିକ ସନ୍ତାନ ପ୍ରସବ ସୁସ୍ଥ ଜିବନର ପରିଚୟ, ନିକଟରେ ୟୁକେ ରେ ୨୦ହଜାର ମହିଳା ଓ ୧୮ ହଜାର ମହିଳାଙ୍କୁ ଗୋଟିଏ ରିସର୍ଚ୍ଚ ରେ ସାମିଲ କରାଯାଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା ଯେଉଁ ମାନଙ୍କର ଅଧିକ ସନ୍ତାନ ରହିଛନ୍ତି ସେମାନଙ୍କ ବ୍ରେନ ର କାର୍ଯ୍ୟ ଦକ୍ଷତା ଶକ୍ତି ଖୁବ ଅଧିକ, ଏଥିରେ ଦେଖିବାକୁ ମିଳିଥିଲା ଯେଉଁ ବ୍ୟକ୍ତିମାନେ ଅଧିକ ସନ୍ତାନ ର ଜଣଙ୍କ ଜନନୀ ଅଟନ୍ତି ସେମାନେ ଖୁବ ଆକ୍ଟିଭ ରହିବ ସହିତ ସୋସିଆଲ ମଧ୍ୟ ଥିଲେ , ଏବଂ ଯେଉଁମାନେ ସନ୍ତାନହୀନ ସେମାନେ କୌଣସି ନା କୌଣସି ରୋଗରେ ପୀଡିତ ଥିଲେ l ଯାହାକି ଡିପ୍ରେସନ ଓ ଏଙ୍ଗଜାଇଟି ର କାରଣ ମଧ୍ୟ ଥିଲା l
– ଏହି ଅଧ୍ୟୟନ ରେ ଜଣାପଡିଥିଲା ଯେ ଯେଉଁ ମହିଳାମାନେ ଅଧିକ ସନ୍ତାନ ପ୍ରସବ କରିଥିଲେ ସେମାନେ ବ୍ରେନ ଏଜିଙ୍ଗ ସମସ୍ୟା ଠାରୁ ଦୂରରେ ଥିଲେ l
– ଅଧ୍ୟୟନ ଅନୁସାରେ ପିତାମାତା ସନ୍ତାନ ସହିତ ମାନସିକ ସ୍ତରରେ ଯେତେ ଅଧିକ ବର୍ଷ ପର୍ଯ୍ୟନ୍ତ ଜଡିତ ରହିବେ ଡିପ୍ରେସନ ଠାରୁ ମଧ୍ୟ ଦୁରେଇ ରହିବେ l
– ମଣିଷ ର ଆୟୁ ବୃଦ୍ଧି ସହିତ ତାର ବିଚାର ଶକ୍ତି ହ୍ରାସ ପାଇଥାଏ, କିନ୍ତୁ ଯେଉଁ ପିତାମାତା ଦୀର୍ଘ ସମୟ ପର୍ଯ୍ୟନ୍ତ ପାରେଣ୍ଟିଙ୍ଗ ସୁଖ ଉପଲବ୍ଧ କରନ୍ତି ସେମାନେ ମାନସିକ ସ୍ତରରେ ସତେଜ ରୁହନ୍ତି l
– ଯେଉଁ ମହିଳାମାନେ ଅଧିକ ସନ୍ତାନ ପ୍ରସବ କରନ୍ତି ସେମାନେ ମେଣ୍ଟଲି ଖୁବ ଷ୍ଟ୍ରଙ୍ଗ ରୁହନ୍ତି ଏବଂ ପୁରୁଷ ମାନେ ମଧ୍ୟ ନିଜ ପରିବାର ପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତି l