ଯଦି ମନରେ ନକାରାତ୍ମକ ଭାବନା ଓ କ୍ରୋଧ ଆସୁଛି ତେବେ ପ୍ରେମାନନ୍ଦ ଗୁରୁଜୀ ଙ୍କର ଠାରୁ ନାମ ଜପର ମହତ୍ୱ ନିହାତି ଜାଣିବା ଜରୁରୀ
କ୍ରୋଧ ମଣିଷର ସମସ୍ତ ରୋଗ, ଦ୍ୱେଷ, ଚିନ୍ତା ଓ ଦୁଃଖର କାରଣ ଅଟେ l ମଣିଷ ମନରେ କ୍ରୋଧ ଉପୁଜିଥିଲେ ନକାରାତ୍ମକ ଚିନ୍ତା ମଧ୍ୟ ଆସିଥାଏ, ଏବଂ ଏହି ନକାରାତ୍ମକ ଭାବନା ମଣିଷ ର ଦୁଃଖର କାରଣ ହୋଇଥାଏ l ପ୍ରେମାନନ୍ଦ ଗୁରୁଜୀ ଙ୍କ ମତରେ ଯେତେବେଳେ ବ୍ୟକ୍ତି କ୍ରୋଧ କୁ ନିଜ ବସରେ କରିବାକୁ ଚାହିଁବ ସେତେବେଳେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ l
* ପ୍ରେମାନନ୍ଦ ଗୁରୁଜୀ କହିଛନ୍ତି କ୍ରୋଧ କୁ ନିଜ ବଶୀଭୂତ କରିବା ପାଇଁ ନିୟମିତ ଭାବରେ ପ୍ରଭୁଙ୍କ ନାମ ଜପ ହେଉଛି ଗୋଟିଏ ଭଲ ମାଧ୍ୟମ ଅଟେ, ଯାହା କି ଆମକୁ ମାନସିକ ଶାନ୍ତି ଦେବା ସହିତ କ୍ରୋଧ କୁ ନିୟନ୍ତ୍ରିତ କରିବ l
* ଅନେକ ସମୟ ରେ ଆମେ ମନରେ ଅନେକ ପ୍ରକାରରର ନକାରାତ୍ମକ ଚିନ୍ତାରେ ପୀଡିତ ହୋଇଥାଉ, ପ୍ରତ୍ୟେକ ସମୟରେ ଲାଗିଥାଏ କିଛିନା କିଛି ଆମ ଜୀବନ ରେ ବିଘ୍ନ ହେବାକୁ ଯାଉଛି, ତେଣୁ ଏଭଳି ପରିସ୍ଥିତି ରେ ଭଗବାନ ଙ୍କ ନାମ ଜପ ହିଁ ହେଉଛି ଗୋଟିଏ ଉଚିତ ମାର୍ଗ l ନାମ ଜପ ଦ୍ୱାରା ନକାରାତ୍ମକ ଚିନ୍ତା ଦୂର ହୋଇଥାଏ l
* ପ୍ରେମାନନ୍ଦ ଗୁରୁଜୀ ଙ୍କ ମତରେ ବ୍ୟକ୍ତି ନାମ ଜପ କରିବା ଦ୍ୱାରା ତା ମଧ୍ୟରେ ଗୋଟିଏ ପ୍ରକାରର ଦୈବୀ ଶକ୍ତି ର ବିକାଶ ହୋଇଥାଏ, ଯାହାକି ତାକୁ ଉଚିତ ମାର୍ଗ ଦର୍ଶନ କରାଇବାରେ ସମ୍ଭବ ହୋଇଥାଏ l ଏହା ମଣିଷ ର ଚତୁର୍ପାର୍ଶ୍ୱରେ ଗୋଟିଏ ଶକ୍ତିଶାଳୀ ଉର୍ଜା ପ୍ରସ୍ତୁତ କରିଥାଏ l
* ପ୍ରେମାନନ୍ଦ ଗୁରୁଜୀ ଙ୍କ ମତରେ ବ୍ୟକ୍ତି ର ନାମ ଜପ ଦ୍ୱାରା ଡିପ୍ରେସନ ସମସ୍ୟା ଦୂର ହୋଇଥାଏ, ଯାହାକି ବ୍ୟକ୍ତିର ଆଚରଣ ରେ ପରିବର୍ତ୍ତନ କରିଥାଏ , ଏବଂ ତା ମଧ୍ୟରୁ ହିଂସା ଭାବନା ମଧ୍ୟ ଦୂର ହୋଇଥାଏ l ଠାକୁରଙ୍କ ନାମ ଜପର ଚମତ୍କାର ମଣିଷର ଭାଗ୍ୟକୁ ବଦଳାଇବାରେ ସାହାଯ୍ୟ କରିଥାଏ l