ଗୁଗୁଲ ମ୍ୟାପ କୁ ନେଇ ପ୍ରାୟ ଅନେକ ସମୟ ରେ ତ୍ରୁଟି ଦେଖା ଦେଉଛି, ନିକଟରେ ସେହିଭଳି ଗୋଟିଏ ଘଟଣା ଘଟି ଯାଇଛି ଗ୍ରେଟର ନୋଏଡା ରେ, ଯେଉଁ କାରଣରୁ ଜଣେ ଷ୍ଟେସନ ମାଷ୍ଟର ଙ୍କ ଜୀବନ ଚାଲିଯାଇଛି ମୃତ୍ୟୁ ମୁଖକୁ l ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ର ମନ୍ଦାବଳି ରେ ଭାରତ ଭାଟି ନାମକ ବ୍ୟକ୍ତି ଜଣେ ଷ୍ଟେସନ ମାଷ୍ଟର ଥିଲେ, ନିକଟରେ ସେ ଗୋଟିଏ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ, ଯେତେବେଳେ ସେ କେନ୍ଦ୍ରୀୟ ବିହାର 2 ସୋସାଇଟି ର ସାମ୍ନା ରୁ ଦ୍ରୁତ ବେଗରେ କାର ନେଇ ଯାଉଥିଲେ, ଆଗକୁ ଯାଇ ରାସ୍ତା ସମାପ୍ତ ହୋଇଯାଇଥିଲା, ଏବଂ କାର ଟି ୩୦ ଗଭୀର ନାଳ କୁ ଗଳିପଡି ଥିଲା, ନିକଟରେ ଥିବା ଲୋକେ ପୋଲିସ କୁ ଏହି ଖବର ଦେଇଥିଲେ l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା, ଏବଂ ସେଠାରେ ଷ୍ଟେସନ ମାଷ୍ଟର ଙ୍କୁ ଗାଡ଼ିରୁ ବାହାରକରି ଡାକ୍ତରଖାନା ପହଞ୍ଚାଇ ଥିଲେ ଏବଂ ପୋଲିସ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା, କିନ୍ତୁ ତାଙ୍କ ଗଳାରେ ଥିବ I CARD ରୁ ଜଣାପଡିଥିଲା ଯେ ସେ ଜଣେ ଷ୍ଟେସନ ମିସ୍ଟର ବୋଲି l ଏହାପରେ ପୋଲିସ ତାଙ୍କ ପରିବାର ସଦସ୍ୟ ଙ୍କୁ ଖବର ଦେଇଥିଲା l ଏବଂ ପରିବାର ସଦସ୍ୟଙ୍କ ନିକଟରୁ ସମସ୍ତ ତଥ୍ୟ ଗ୍ରହଣ କରିଥିଲେ l