ରାଜସ୍ଥାନ ର ରାଜଧାନୀ ଜୟପୁର ରେ IIT ବାବା ଅଭୟ ସିଂ ଙ୍କ ବିରୁଦ୍ଧରେ ମାମଲା ଦର୍ଜ ହୋଇଛି, ପୋଲିସ କୁ ଅଭୟ ସିଂ ଗୋଟିଏ ହୋଟେଲ ରେ ରହି ହଂଗାମା କରିବାର ସୂଚନା ପାଇଥିଲା, ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା ଏବଂ ଘଟଣା ସ୍ଥଳରୁ ବାବାଙ୍କ ନିକଟରୁ ଗଂଜେଇ ଜବତ କରିଥିଲା l ଏହି ଗଂଜେଇ ର ମାତ୍ରା ଖୁବ କମ ଥିଲା, ବେଲେବୁଲ ଅଫେନ୍ସ ଥିବା କାରଣରୁ ପୋଲିସ ବାବାଙ୍କୁ ବୁଝା ସୁଝା କରି ଚଡି ଦେଇ ଥିଲା l ଏହାପରେ ସୋସିଆଲ ମିଡିଆରେ ବାବା ଲାଇଭ ଆସିଥିଲେ ଓ ସୂଈସାଇଡ କରିବାର ଧମକ ଦେଇଥିଲେ l ପୋଲିସ ନିକଟରେ ଆଇଆଇଟି ବାବା ଅଭୟସିଂ ହୋଟେଲ ପାର୍କ କ୍ଲାସିକ ସୂଈସାଇଡ କରିବାର ଉଦ୍ୟମ ସୂଚନା ମିଳିଥିଲା, ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ବାବା ପୁରା ଗଂଜେଇ ନିଶାରେ ଟଳମଳ, ଏବଂ ବାବା କହିଥିଲେ ଯେ ମୁଁ ଟିକେ ଗଂଜେଇ ପ୍ରସାଦ ଭାବରେ ଟାଣି ଦେଇଛି, ଯଦି ନିଶାରେ ମୁଁ କିଛି ଭୁଲ ସୂଚନା ଦେଇଛି ତାହା ମୁଁ ଅଜାଣତରେ ଦେଇଛି, ଏବଂ ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଗଂଜେଇ ପୁଡିଆ ମଧ୍ୟ ଜବତ କରିଥିଲା, ଏବଂ ବାବାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା l ଏହାପରେ ବାବା ଘଟଣା ସ୍ଥଳରେ ଜାମିନ ଆବେଦନ କରିବା ପରେ ପୋଲିସ ଛାଡି ଦେଇଥିଲା l ଏହା ଛଡା ବାବା ମଧ୍ୟ ପୋଲିସ କୁ ଗଂଜେଇ ପ୍ରସାଦ ଭାବରେ ସେବନ କରିବା ପାଇଁ ପରାମର୍ଶ ଦେଇଥିଲେ l