ସାଧାରଣ ଭାବରେ ସମସ୍ତେ ଆମେ ଜାଣିଛୁ ହାର୍ଟ ଆଟାକ ବିଷୟରେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଜାଣିଥାଉ l କିନ୍ତୁ ବ୍ରୋକନ ହାର୍ଟ ସିଣ୍ଡ୍ରୋମ ରେ ଗୋଟିଏ ଏଭଳି ସମସ୍ୟା ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ l
ବ୍ରୋକନ ହାର୍ଟ ସିଣ୍ଡ୍ରୋମ କଣ ?
ବ୍ରୋକନ ହାର୍ଟ ସିଣ୍ଡ୍ରୋମ ବିଷୟରେ ସବୁଠୁ ପ୍ରଥମେ ୧୯୯୦ ରେ ଜାପାନ ରୁ ମିଳିଥିଲା l ମିଳିଥିବା କିଛି ସୂଚନା ଅନୁସାରେ , ଯେବେ କୌଣସି ବ୍ୟକ୍ତିଙ୍କୁ ଅଚାନକ ଭାବରେ କୌଣସି ଇମୋସନାଲ ଷ୍ଟ୍ରେସ କିମ୍ବା ମାନସିକ ଚିନ୍ତା, କୌଣସି ଭୟର ସାମ୍ନା କରିବା ଦ୍ୱାରା ଆମର ହାର୍ଟ ର ମସଲସ ଦୁର୍ବଳ ହୋଇ ଯାଇଥାଏ l ହୃତ୍ପିଣ୍ଡର ଧମନୀ ଗୁଡିକ ଉପରେ ପ୍ରଭାବ ପଡିଥାଏ l ଯେଉଁ କାରଣରୁ ହାର୍ଟ ଆଟାକ ସମସ୍ୟା ବଢି ଯାଇଥାଏ l କିଛି କିଛି ସମୟରେ ଭାବନାତ୍ମକ ଭାବରେ ମଧ୍ୟ ଖୁବ ଦୁର୍ବଳ ହୋଇ ପଡିଥାଏ ହାର୍ଟ ଓ ବ୍ରୋକନ ହାର୍ଟ ସିଣ୍ଡ୍ରୋମ ସମସ୍ୟା ବଢି ଯାଇଥାଏ l ଯେପରିକି କୌଣସି ବ୍ୟକ୍ତି ନିଜର କୌଣସି ପ୍ରିୟଜନ ଙ୍କୁ ହରାଇବା ଦ୍ୱାରା ଏହି ସମସ୍ୟାର ସମୁଖୀନ ହୋଇ ଥାଆନ୍ତି l
ବ୍ରୋକନ ହାର୍ଟ ସିଣ୍ଡ୍ରୋମ କାରଣ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବ୍ରୋକନ ହାର୍ଟ ସିଣ୍ଡ୍ରୋମ କୌଣସି ସମୟରେ ଷ୍ଟ୍ରେସ କିମ୍ବା ଚିନ୍ତା ର ହର୍ମୋନ ଏଡ୍ରେନାଲାଇନ ର ବଢୁଥିବା କାରଣରୁ ହୋଇପାରେ l କିଛି ଏଭଳି ସମୟରେ ଯେତେବେଳେ ମଣିଷ ଭାବନାତ୍ମକ ଭାବରେ ଖୁବ ଦୁର୍ବଳ ହୋଇ ଯାଇଥାଏ ତେବେ ସେହି ଚିନ୍ତା ର ପ୍ରଭାବ ସିଧାସଳଖ ହାର୍ଟ ଉପରେ ପଡିଥାଏ l ବ୍ରୋକନ ହାର୍ଟ ସିଣ୍ଡ୍ରୋମ ର ମୁଖ୍ୟ କାରଣ ହୋଇପାରେ l
ବ୍ରୋକନ ହାର୍ଟ ସିଣ୍ଡ୍ରୋମ ର ଲକ୍ଷଣ –
– ଛାତିରେ ଯନ୍ତ୍ରଣା
– ଅଣନିଶ୍ୱାସୀ ଲାଗିବା
– ହୃତସ୍ପନ୍ଦନ ଅଚାନକ ବଢିଯିବା
– ଥକା ଲାଗିବା, ଅଳସୁଆ ଲାଗିବା, ଓ ଅଧିକ ନିଦ ଲାଗିବା
– ଛାତିର ବାମ ପାର୍ଶ୍ୱରେ ଅସହଜ ଲାଗିବା
– ଉତେଜନା ସମୟରେ ବ୍ୟସ୍ତ ଲାଗିବା
– ଏହି ସମସ୍ୟା ମହିଳାଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ l ମହିଳା ମାନଙ୍କୁ ସେଥିପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ l
– କୌଣସି ପ୍ରକାରର ନ୍ୟୁରୋଲୋଜିକାଲ ଅସୁବିଧାର ସମୁଖୀନ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଅଧିକ ଏହି ସମସ୍ୟା ଦେଖା ଯାଇଥାଏ l
– ଯଦି ବ୍ରୋକନ ହାର୍ଟ ସିଣ୍ଡ୍ରୋମ ସମସ୍ୟା ଠିକ ସମୟରେ ଜାଣିହୁଏ, ତେବେ ଏହା ଚିକିତ୍ସା ମାଧ୍ୟମରେ ଠିକ ହୋଇପାରେ l
