Odisha news

ଗୃହକାର୍ଯ୍ୟ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଭ୍ୟାନ ଚକାତଳେ ଶୋଇଲେ ସପରିବାର । ୫ଘଣ୍ଟା ଅଟକ ପରେ ମୁକୁଳିଲେ ପୋଲିସ ।

0

ଗୋପ ତା ୨୭/୧ଗୋପ ଥାନା ଗଣେଶ୍ୱରପୁର ପଞ୍ଚାତ ବେଣୀପୁର ଗ୍ରାମରେ ପୋଲିସ ହଟହଟାହେବା ସହ ମହିଳା ମାନଙ୍କ ଦ୍ୱାରା ୫ଘଣ୍ଟା ଅଟକ ରହିବାପରେ ମୁକୁଳିଥିଲେ । ଏପରିକି ପୋଲିସର ଭ୍ୟାନ ଚକାତଳେ ସପରିବାର ଶୋଇରହି ନ୍ୟାୟଭିକ୍ଷା କରିଥିଲେ । ବେଣୀପୁର ଗ୍ରାମର ଜଗବନ୍ଧୁ ରାଉତ ଏବଂ ଚୈତନ ପରିଡାଙ୍କ ମଧ୍ୟରେ ଜମିବାଡି ସୀମାକୁନେଇ ଦୀର୍ଘଦିନ ହେବ କଳହ ଲାଗିରହିଥିବା ବେଳେ ଉଭୟ ପକ୍ଷ ଗୋପ ଥାନାରେ ଅଭୀଯୋଗ କରି ଭଦ୍ର ବ୍ୟକ୍ତି ଙ୍କ ମାଧ୍ୟମରେ ବୁଝାମଣା କରିନେଇଥିଲେ । ଜଗବନ୍ଧୁ ରାଉତଙ୍କ ଜ୍ୱାଇଁ ଗତ କିଛି ଦିନ ତଳେ ସେହିସ୍ଥାନରେ ଏକ ନୂଆ କୋଠା ଘର ନିର୍ମାଣ କରିବା ପରେ ଛାତ ପକାଇବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିବାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା ଓ ଗଣ୍ଡଗୋଳ । ଉଭୟ ପକ୍ଷ ଗୋପ ଥାନାରେ ଅଭିଯୋଗ କରିବା ପରେ ଗୋପ ପୋଲିସ ୨ଟି ମକୋଦ୍ଧମା କରି ଘଟଣାର ତଦନ୍ତ କରୁଥିବା ବେଳେ ଜଗବନ୍ଧୁ ରାଉତଙ୍କ ଜ୍ୱାଇଁ ରବିବାର ଦିନ ଘର ଛାତ କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ପୋଲିସ ସୁଚନା ପାଇବାପରେ ଘଟଣା ସ୍ଥଳରେ କାର୍ଯ୍ୟ ବନ୍ଦ ପାଇଁ ପହଞ୍ଚିବା ପରେ ପରିସ୍ଥିତି ଅଣାୟତ ହୋଇଥିଲା । ଏପରିକି ଜଗବନ୍ଧୁଙ୍କ ସପରିବାର କାହିଁକି କାର୍ଯ୍ୟ ବନ୍ଦହୋଇଛି ବୋଲି ବୋରୋଧ କରି ପୋଲିସ ଗାଡି ଆଗରେ ଧାରଣା ଦେବା ସହ ମହୀଳାମାନେ ପୋଲିସ ଭ୍ୟାନ ଚକା ତଳେ ଭ୍ୟାନ ଉପରେ ବସିରହି ବିରୋଧ କରିଥିଲେ ।ପୋଲିସ ହଟହଟା ହେବା ସହ ପ୍ରାୟ ୫ଘଣ୍ଟା ଗ୍ରାମ ମଝୀରେ ଅଟକି ରହିଥିଲା । ଘଟଣାସ୍ଥଳରେ ଗୋପ ଥାନା ଆଇଆଇସି ସୁଧିର କୁମାର ସାହୁ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ମାଧ୍ୟମରେ ସମସଧାନ କରାଯିବ ବୋଲି କହିବାପରେ ପୋଲିସ ଗାଡିକୁ ମହିଳାମାନେ ଛାଡିଥିଲେ ।

Nalco

Leave A Reply