Odisha news

୧୭ ହଜାର ଫୁଟ୍‌ ଉଚ୍ଚରେ ତ୍ରିରଙ୍ଗା

0

ଲଦାଖ : ଲଦାଖରେ ଇଣ୍ଡୋ-ତିବ୍ଦତ ବର୍ଡର୍‌ ପୋଲିସ୍‌ (ଆଇଟିବିପି) ଅଫିସର୍‌ମାନେ ୧୭ ହଜାର ଫୁଟ୍‌ ଉଚ୍ଚ ଓ ମାଇନସ୍‌ ୨୦ ଡିଗ୍ରୀ ତାପମାତ୍ରାରେ ତ୍ରିରଙ୍ଗା ଉଡାଇ ୭୧ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ସୋସାଲ୍‌ ମିଡିଆରେ ତାହାର ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଏକ ମିନିଟ୍‌ ୫୭ ସେକେଣ୍ଡ୍‌ ଭିଡିଓରେ ହିମବୀରମାନେ ‘ଭାରତମାତା କି ଜୟ’ ଓ ‘ବନ୍ଦେ ମାତରମ୍‌’ କହୁଥିବା ଦେଖାଯାଇଛି । ସେମାନଙ୍କ ଦେଶପ୍ରେମକୁ ପୂରା ଦେଶ ସଲାମ କରିଛି ।

Leave A Reply