Odisha news

ଚାଣକ୍ୟ ନୀତି : ଜୀବନ-ମୃତ୍ୟୁ , ସୁଖ-ଦୁଃଖ ସବୁକିଛି ସମୟର ଅଧୀନ

0

ଚାଣକ୍ୟଙ୍କ ନୀତି ଶିକ୍ଷା ଜୀବନର ଗତିପଥ କୁ ବଦଳାଇ ଦେଇଥାଏ, ଯେଉଁଥିରେ ସମ୍ପର୍କ, ଆଚରଣ , ଏବଂ ସଫଳତା ର ସିଦ୍ଧାନ୍ତ କୁ ସରଳ ଭାବରେ କୁହାଯାଇଛି l ଯେଉଁ ବ୍ୟକ୍ତି ଚାଣକ୍ୟ ଙ୍କ ନୀତି ଶାସ୍ତ୍ର କୁ ନେଇ ନିଜ ଜୀବନ କୁ ଆଗକୁ ନେବାରେ ସାହାଯ୍ୟ କରିଥାଏ l ଆଜିର ଚାଣକ୍ୟ ନୀତିରେ କୁହାଯାଇଛି ଯେ ସବୁକିଛି ସମୟର ଅଧୀନ ଅଟେ l

– ଚାଣକ୍ୟ ନୀତିରେ ଜଣେ ରାଜା ଯଦି ନିଜ ରାଜ୍ୟରେ ଭ୍ରମଣ କରି ଥାଏ ତେବେ ଲୋକଙ୍କ ଦୁଃଖ କଷ୍ଟ ବୁଝି ପାରିଥାଏ, ଯଦି ରାଜ ଗାଦି ରେ ସବୁବେଳେ ବସି ରୁହେ ତେବେ ଭୋଗ ବିଳାସ ରେ ପୁରୀ ରହିଥାଏ, ଏବଂ ନିଜ ରାଜକାର୍ଯ୍ୟ ରୁ ବଂଚିତ ରହିଥାଏ l ସମାଜ ରେ ଏଭଳି ରାଜାର ଗୋଟିଏ ନକାରାତ୍ମକ ଛବି ଛାଇ ଯାଏ, ଫଳ ସ୍ୱରୂପ ସେ ଗାଦି ଚ୍ୟୁତ ହୋଇଥାଏ l ସେହିଭଳି ଘରର ମୁରବି ମଧ୍ୟ ନିଜକୁ ପ୍ରତ୍ୟେକ ସଦସ୍ୟ ଙ୍କ ସହିତ ନିବିଡ଼ କରିବା ଜରୁରୀ , ଯାହାଦ୍ୱାରା ସେ ନିଜ ପରିବାର କୁ ଯୋଡି ରଖି ପାରିବ ଓ ଭୁଲ ଠିକ ଜାଣି ପାରିବ l ନଚେତ ପର ମୁହୁର୍ତରେ ତାର ପରିବାର ହିଁ ତାର ସମ୍ମୁଖରେ ଭାଙ୍ଗି ଯିବ l

– ଚାଣକ୍ୟ ଙ୍କ ମତରେ ମଣିଷର ପ୍ରକୃତି ଯେଉଁଭଳି ତାର ପରିଣାମ ମଧ୍ୟ ସେମିତି ହୋଇଥାଏ, ସେହି ଅନୁସାରେ ଆମର କର୍ମ ହୋଇଥାଏ ଓ ଆମକୁ ସହଯୋଗୀ ମଧ୍ୟ ସେହିଭଳି  ମିଳି ଥାଆନ୍ତି, ଅର୍ଥାତ ମନୁଷ୍ୟ ଜୀବନ ରେ ଯାହା ମଧ୍ୟ ହେବାକୁ ଥାଏ, ତାହା ତାର ପ୍ରକୃତି, ତାର ବ୍ୟବହାର , ତାର ବୁଦ୍ଧି , ତାର ବିଚାର ଉପରେ ନିର୍ଭର କରେ l ଅର୍ଥାତ ଜୀବନ ରେ ଯାହା ଘଟିଥାଏ ତାହା କେବଳ ପରିପାର୍ଶ୍ଵିକ ସ୍ଥିତି ଉପରେ ନିର୍ଭର କରେ ନାହିଁ, ତାର କର୍ମ ଉପରେ ମଧ୍ୟ ନିର୍ଭର କରିଥାଏ l

– ଚାଣକ୍ୟ ଙ୍କ ନୀତିରେ ସମୟ ହିଁ ସମସ୍ତ ପ୍ରାଣୀ ଙ୍କୁ ନଷ୍ଟ କରି ଦେଇଥାଏ ଓ ସେଇଟା ହିଁ ଉତ୍ପନ କରିଥାଏ l ଯେତେବେଳେ ସମସ୍ତେ ସୋଇ ପଡି ଥାଆନ୍ତି ସେତେବେଳେ ସମୟ ବା କାଳ ଜାଗୃତ ରହିଥାଏ l ବାସ୍ତବରେ କାଳ କୁ କେହି ହରାଇ ପାରନ୍ତି ନାହିଁ, ସମୟ ସବୁଠୁ ଶକ୍ତିଶାଳୀ, ପ୍ରତ୍ୟେକ ବସ୍ତୁ ସମୟର ଅଧୀନ, ଏପରିକି ଜୀବନ-ମୃତ୍ୟୁ, ସୁଖ-ଦୁଃଖ ସବୁକିଛି, ଯିଏ ଯେତେ ବି ଶକ୍ତିଶାଳୀ ହୋଇଥାଉ ସମୟ ର ଚାପରୁ ରକ୍ଷା ପାଇବେ ନାହିଁ, ତେଣୁ ମନୁଷ୍ୟ ସମୟ ର ସମ୍ମାନ କରିବା ଆବଶ୍ୟକ l

Govt
Leave A Reply