ଆଜି ହେଉଛି ଜ୍ୟେଷ୍ଠ ମାସ ଅମାବାସ୍ୟା, ଆଜିର ଦିନରେ ସାବିତ୍ରୀ ବ୍ରତ ପାଳନ କରାଯାଏ, ଏବଂ ଶନି ଦେବଙ୍କ ଜୟନ୍ତୀ ମଧ୍ୟ ଆଜିର ଦିନରେ ଅନୁଷ୍ଠିତ ହେଉଛି , ୧୬ ମଇ ରେ ଶନି ଜୟନ୍ତୀ ସହିତ ଶନିବାର ଅଟେ, ତେଣୁ ବିଭିନ୍ନ ଦୁର୍ଲଭ ସଂଯୋଗ ଘଟୁଛି l
ଅନ୍ୟ ପକ୍ଷରେ ସାବିତ୍ରୀ ଅମାବାସ୍ୟା ହୋଇ ଥିବାରୁ ସୂର୍ଯ୍ୟ ପୁତ୍ର ଯମଦେବ ଙ୍କ କୃପା ମଧ୍ୟ ପ୍ରାପ୍ତି ହେବ, କେଦାର ଯୋଗ ଘଟୁଥିବା ରୁ ନାରୀ ମାନଙ୍କ ସୀମନ୍ତ ର ସିନ୍ଦୁର ପାଇଁ ରହିବ ଶୁଭ ସମୟ l
* କେଉଁ ରାଶି ଉପରେ ରହିବ ଶନି ଙ୍କ କୃପା –
– ଶନି ଜୟନ୍ତୀ ରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ରହିବ ଶୁଭ ସମୟ, ବ୍ୟବସାୟ ରେ ସୁଫଳ ମିଳିବା ସହିତ ନିବେଶ ରେ ମଧ୍ୟ ଭଲ ଲାଭ ହେବାର ଯୋଗ ରହିଛି l ଚାକିରିଆ ମାନଙ୍କୁ ମଧ୍ୟ ଅନେକ କ୍ଷେତ୍ରରେ ସୁଫଳ ମିଳିବାର ସୁଯୋଗ ରହିଛି l ଶନି ଦେବ ଙ୍କ କୃପାରୁ ଦୀର୍ଘ ସମୟ ରୁ ଲାଗି ରହିଥିବା ଋଣଭାର ଦୂର ହେବ l
– କୁମ୍ଭ ରାଶିର ବ୍ୟକ୍ତି ସାଢେ ସତୀ ରେ ଚାଲିଛନ୍ତି, ଶନି ଜୟନ୍ତୀ ରେ ଏଥିରୁ ଆରାମ ମିଳିବ, ଏହି ସମୟ ଅନେକ ନୂଆ ଅବସର ନେଇ ଆସିବ l କୋର୍ଟ କଚେରୀ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବାର ସମ୍ଭାବନା ରହିଛି l
– ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଜୟନ୍ତୀ ଠାରୁ ଭଲ ସମୟ ଆରମ୍ଭ ହେବ l ଜୀବନ ରେ ଆଗକୁ ବଢିବାର ବଡ଼ ସୁଯୋଗ ମିଳିପାରେ l ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ରେ ମଧ୍ୟ ସୁଫଳ ମିଳିବାର ଅଧିକ ସମ୍ଭାବନା ରହିଛି l
* ଯମଦେବ ଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ –
– ଆଜିର ଦିନରେ ସଧବା ନାରୀ ଆଦୌ ଓଦା କେଶରେ ସିନ୍ଦୁର ଲଗାଇବେ ନାହିଁ, ଏହା ବିପଦ କୁ ଟାଣି ଆଣିବ, ପରିବାର ଉପରେ ବିପଦ ଆସିପାରେ l
– ଯେଉଁ ମହିଳା ମାନେ ଆଜିର ଦିନରେ ବ୍ରତ ରଖି ଥାଆନ୍ତି ସେମାନଙ୍କ ପରିବାର ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ସାଧବ ନାରୀ ଆଜି ହଳଦୀ ଲଗାଇ ସ୍ନାନ କରିବା ଜରୁରୀ ଏହାଦ୍ୱାରା ଜୀବନରୁ ଖରାପ ସମୟ ଦୂର ହୋଇଥାଏ l
– ଆଜିର ସନ୍ଧ୍ୟା ସମୟରେ ଘରର ଦକ୍ଷିଣ ଦିଗରେ ଯମ ଦେବ ଙ୍କ ନାମରେ ତେଲ ଦୀପ ଜଳାଇବା ଦ୍ୱାରା ଘରୁ ଦୁଃଖ ଦରିଦ୍ରତା ଦୂର ହୋଇଥାଏ l