ଫଳ ଓ ପରିବା ସେବନ କରିବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର, ଡାକ୍ତର ମଧ୍ୟ ଗୋଟିଏ ସୁସ୍ଥ ଜୀବନ ପାଇଁ ଫଳ ଓ ପାରିବ ଖାଇବାକୁ ପରାମର୍ଶ ଦେଇ ଥାଆନ୍ତି, ନିକଟରେ ଗୋଟିଏ ଗବେଷଣାରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି, ଏହି ଷ୍ଟଡି ଅନୁସାରେ ଫଳ ଓ ପରିବା ସେବନ କରିବା ଦ୍ୱାରା କ୍ୟାନ୍ସର ହେବାର ଅଧିକ ସମ୍ଭାବନା ରହିଛି l ବିଶେଷ କଥାଟି ହେଲା ପରିବା ରେ ଓ ଫଳ ରେ ବ୍ୟବହୃତ ହେଉଥିବା କୀଟ ନାଶକ କ୍ୟାନ୍ସର କାରଣ ହେଉଛି l
ୟୁନିଭର୍ସିଟି ଅଫ ସର୍ଦନ କାଲିଫୋର୍ଣ୍ଣିଆ ର ବୈଜ୍ଞାନିକ ମାନେ ଆମେରିକାନ ଆସୋସିଏସନ ଫର କ୍ୟାନ୍ସର ରିସର୍ଚ୍ଚ ଆନୁଆଲ ମିଟିଂ ୨୦୨୬ ରେ ରିପୋର୍ଟ ପବ୍ଲିସ ଅନୁସାରେ ୫୦ ବର୍ଷରୁ କମ ଆୟୁ ର ଲୋକଙ୍କ ଡାଟା ଆଧାରରେ ତଥ୍ୟ ଦେଇଛନ୍ତି ଯେ ଯେଉଁମାନେ ଫୁସଫୁସ କ୍ୟାନ୍ସର ରେ ପୀଡିତ ଅଟନ୍ତି, ଯେବେକି ସେ ଧୁମ୍ରପାନ କରୁ ନାହାନ୍ତି, କିମ୍ବା କୌଣସି ନିଶା ସେବନ କରୁ ନାହାନ୍ତି l ଏହି ରିସର୍ଚ୍ଚ ଅନୁସାରେ ନର୍ମାଲ ଡାଏଟ ଖାଉଥିବା ଲୋକଙ୍କ ମଧ୍ୟରେ ଲଙ୍ଗସ କ୍ୟାନ୍ସର ଦେଖିବାକୁ ମିଳିଥିଲା l
କଣ ରହିଛି ଏହା ପଛର କାରଣ ?
ବୈଜ୍ଞାନିକ ଙ୍କ ମତ ଅନୁସାରେ ନର୍ମାଲ ଜିନିଷ କୁ ଖାଇବା ଦ୍ୱାରା ନୁହେଁ ବରଂ ଏହିଥିରେ ଥିବା କେମିକାଲଶ ଦ୍ୱାରା କ୍ୟାନ୍ସର ସମସ୍ୟା ବୃଦ୍ଧି ପାଉଛି, ଫଳ ଓ ପାରିବ ଚାଷ ସମୟ ରେ ବ୍ୟବହୃତ ହେଉଥିବା କୀଟନାଶକ ପାରିବ ଓ ଫଳ ରେ ରହି ଯାଉଛି, ଦୀର୍ଘ ଦିନ ଧରି ତାହାକୁ ଖାଇବା ଦ୍ୱାରା କ୍ୟାନ୍ସର ଆଶଙ୍କା ବଢି ଯାଇଥାଏ l ଯାହାକି ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ l
ମହିଳା ମାନଙ୍କ ପାଇଁ ଅଧିକ ବିପଦ –
ଏହି ରିସର୍ଚ୍ଚ ରିପୋର୍ଟ ଅନୁସାରେ ଯେଉଁମାନେ ଧୁମ୍ରପାନ କରୁ ନାହାନ୍ତି ସେମାନଙ୍କ ମଧ୍ୟରେ କ୍ୟାନ୍ସର ସମସ୍ୟା ବୃଦ୍ଧି ପାଉଛି, ଯାହାକି ବଡ଼ ଚିନ୍ତାର ବିଷୟ ଅଟେ l ମହିଳା ମାନଙ୍କ ନିକଟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି l ବିନା ଧୁମ୍ରପାନ ରେ ଯଦି କ୍ୟାନ୍ସର ହେଉଛି ତେବେ ଏହା ଖରାପ ଖାଦ୍ୟ ଓ ଖରାପ ଲାଇଫ ଷ୍ଟାଇଲ ହିଁ ହୋଇପାରେ l
କିପରି ସେବନ କରିବେ ଫଳ ଓ ପନିପରିବା ?
ଫଳ ଓ ପନିପରିବା ସେବନ କରିବା ତ ଛାଡି ପରିବା ନାହିଁ, କିନ୍ତୁ କିଛିଟା ସତର୍କ ପଦକ୍ଷେପ ନେବା ଉଚିତ :
– ଫଳ ଓ ପରିବା କୁ ଭଲରେ ଧୋଇ ଖାଇବା l
– ପାଣିରେ ଲୁଣ ପକାଇ ୩୦ ମିନିଟ ପର୍ଯ୍ୟନ୍ତ ଫଳ ଓ ପାରିବ କୁ ରଖି ଦିଅନ୍ତୁ l
– ଏହାଦ୍ୱାରା ଏଥିରେ ଥିବା କେମିକାଲ ନଷ୍ଟ ହୋଇଯିବ l ନ ଧୋଇ କୌଣସି ଫଳ ଓ ପରିବା ଖାଇବା ଉଚିତ ନୁହେଁ l
