ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାର ରେ ରହିଛି ଅନେକ ବିଶେଷତା, କୁହାଯେ ଯେ ଏହି ସ୍ଥାନରୁ ଘର ଭିତରକୁ ପଜିଟିଭିଟି ଯାଇଥାଏ, ଯଦି ଘରର ମୁଖ୍ୟ ଦ୍ୱାରା ଭୁଲ ଜିନିଷ ରଖାଯାଇ ଥାଏ ତେବେ ଏହାର ପ୍ରଭାବ ଘରର ସୁଖ-ଶାନ୍ତି ଉପରେ ପଡିଥାଏ, ତେଣୁ ଅଜାଣତରେ କରୁଥିବା ଭୁଲ ଦ୍ୱାରା ଆମେ ଅସୁବିଧାର ସମୁଖୀନ ହୋଇଥାଉ l
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ କଦାପି ଅଳିଆ ଆବର୍ଜନା ଓ ଭଙ୍ଗା ଜିନିଷ ରଖିବା ଉଚିତ ନୁହେଁ, ଅନେକ ଗୁଡିଏ ଘରେ ପୁରୁଣା ଓ ଛିଡା ଜୋତା ଘରର ମୁଖ୍ୟ ଦ୍ୱାରରେ ରଖା ଯାଇଥାଏ,, ଏହାଦ୍ୱାରା ଘରେ ନେଗେଟିଭିଟି ବଢିଥାଏ l ଏବଂ ଆର୍ଥିକ ଅସୁବିଧା ଦେଖିବାକୁ ମିଳିଥାଏ ଓ ମାନସିକ ଚିନ୍ତା ମଧ୍ୟ ବୃଧିପାଏ l
– ମୁଖ୍ୟଦ୍ଵାରରେ କଦାପି ଜୋତା ଚପଲ ରଖିବା ଉଚିତ ନୁହେଁ, ବାସ୍ତୁଶାସ୍ତ୍ର ରେ ଏହାକୁ ଘରର ସକାରାତ୍ମକ ଶକ୍ତିକୁ ଅଟକାଇବାର ସଂକେତ ବୋଲି କୁହାଯାଏ l ଏହାଦ୍ୱାରା ରୋଗ ବୃଦ୍ଧି ହୋଇଥାଏ l
– ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାରରେ ଶୁଖିଲା ଗଛ ବା କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ, ବାସ୍ତୁଶାସ୍ତ୍ର ରେ ଏହାକୁ ଅଶୁଭ ବୋଲି କୁହାଯାଏ l କଣ୍ଟା ଯୁକ୍ତ ଗଛ ମାନସିକ ଚାପ ବଢ଼ାଇ ଥାଏ ଓ ଅଯଥା ବିବାଦ ମଧ୍ୟକୁ ଟାଣି ନେଇ ଯାଇଥାଏ l
– ଘରର ମୁଖ୍ୟ ଦ୍ୱାରକୁ ସନ୍ଧ୍ୟା ସମୟରେ ଅନ୍ଧାର ରଖିବା ମଧ୍ୟ ବାସ୍ତୁଶାସ୍ତ୍ର ଅନୁସାରେ ଠିକ ନୁହେଁ, ଘରର ମୁଖ୍ୟ ଦ୍ୱାରରେ ହାଲୁକା ଆଲୋକ ରଖିବା ଜରୁରୀ, ଏହାଦ୍ୱରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ l ଘରର ମୁଖ୍ୟଦ୍ଵାର ରେ କୌଣସି ଭଙ୍ଗା ଜିନିଷ କଦାପି ରଖନ୍ତୁ ନାହିଁ l