ଆଜିକାଲି ଇଅର ବଡ଼ସ ଓ ଓୟାର ଲେସ ହେଡ଼ ଫୋନ ଲୋକଙ୍କ ନୀତିଦିନ ଜୀବନର ଗୋଟିଏ ଅଙ୍ଗ ହୋଇ ଯାଇଛି, ଅଫିସ କଲ ରୁ ନେଇ ଜିମ, ଟ୍ରାଭେଲ ରୁ ନେଇ ସୋଇ ପୋଡ଼କାଷ୍ଟ ଶୁଣିବାରେ ଲୋକେ ଘଣ୍ଟା ଘଣ୍ଟା ଧରି ଏହାକୁ ବ୍ୟବହାର କରୁଛନ୍ତି l ଏହାର ବଢୁଥିବା ବ୍ୟବହାର କୁ ଦେଖି ଗୋଟିଏ ପ୍ରଶ୍ନ ବି ଉଠୁଛି , କଣ ଦୀର୍ଘ ଦିନ ଧରି ଇଅର ବଡ଼ସ ବ୍ୟବହାର କରିବା ଦ୍ୱାରା ବ୍ରେନ କ୍ୟାନ୍ସର ହୋଇପାରେ କି ?
କିପରି କାମ କରିଥାଏ Bluetooth ଟେକ୍ନୋଲୋଜି ?
Bluetooth ଟେକ୍ନୋଲୋଜି ରେଡ଼ିଓ ଫେବ୍ରିକେସନ ଅର୍ଥାତ RF ରେଡ଼ିଏସନ ଦ୍ୱାରା ଚାଲିଥାଏ, ରେଡ଼ିଏସନ ଶବ୍ଦ ଶୁଣିବା ଦ୍ୱାରା କ୍ୟାନ୍ସର ର କଥା ସାମ୍ନା କୁ ଆସିଥାଏ l କିନ୍ତୁ ଏକ୍ସପର୍ଟ ମତ ଅନୁସାରେ Bluetooth ରୁ ବାହାରୁଥିବା ରେଡ଼ିଏସନ ‘ନନ -ଆୟୋନାଇଜିଙ୍ଗ ରେଡ଼ିଏସନ ‘ କାଟାଗୋରି ରେ ଆସିଥାଏ l ଯାହାକି ଏକ୍ସ ରେ ଭଳି ଭୟଙ୍କର ରେଡ଼ିଏସନ ଠାରୁ ଖୁବ ଅଲଗା l
ୟୁନିଭର୍ସିଟି ଅଫ ପେନ୍ସିଲଭେନିଆ ର ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ Bluetooth ଡିଭାଇସ ରୁ ବାହାରୁଥିବା ରେଡ଼ିଏସନ ମୋବାଇଲ ଫୋନ ତୁଳନାରେ ଖୁବ କମ ରହିଥାଏ, ଯାହାକି ଏତେ କ୍ଷତିକାରକ ନୁହେଁ l କିନ୍ତୁ ଫୋନ ରୁ ବାହାରୁ ଥିବା ଆୟୋନାଇଜିଙ୍ଗ ରେଡ଼ିଏସନ ଶରୀରର ଡ଼ିଏନଏ କୁ କ୍ଷତି ଘଟାଇ ଥାଏ l କିନ୍ତୁ bluetooth ରେଡ଼ିଏସନ ରେ ଏତେ ଅଧିକ ଉର୍ଜା ନଥାଏ, ଯାହାକି ଶରୀରକୁ କ୍ଷତି ଘଟାଇପାରିବ l ତେଣୁ ଆଜି ପର୍ଯ୍ୟନ୍ତ ଯେତେ ଗୁଡିଏ ରିସର୍ଚ୍ଚ ହୋଇଛି କେଉଁଥିରେ ମଧ୍ୟ bluetooth ରେଡ଼ିଏସନ କ୍ୟାନ୍ସର ର କାରଣ ବୋଲି କୁହାଯାଇ ନାହିଁ l
କିନ୍ତୁ ଯେଉଁ ବ୍ୟକ୍ତିମାନେ ଅଧିକ bluetooth ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହା ଶ୍ରବଣ ଶକ୍ତି ହରାଇବାର କାରଣ ହୋଇପାରେ l ଦୀର୍ଘ ସମୟ ଧରି bluetooth କୁ କାନରେ ଗେଂଜି ଶୁଣିବା ଦ୍ୱାରା ଏହା କାନକୁ ବଧିର କରିଦେଇ ପାରେ ଓ ଆମେ ଶୁଣିବା ଶକ୍ତି ହରାଇ ପାରୁ l