ଆଜିର ଡିଜିଟାଲ ୱାର୍ଲଡ ରେ ପୁରୁଷ ଓ ମହିଳା ଉଭୟ ୮- ୧୦ ଘଣ୍ଟା ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି, ଯେତେବେଳେ କୌଣସି ବ୍ୟକ୍ତି ଅଧିକ ସମୟ ଶାରୀରିକ ଭାବରେ ସକ୍ରିୟ ରହୁନାହିଁ ଏବଂ ଅଧିକାଂଶ ସମୟ ବସିକି ରହୁଛନ୍ତି, ତେବେ ଏହାକୁ ସେଂଡେଟରୀ ଲାଇଫଷ୍ଟାଇଲ କୁହାଯାଏ, ଯଦି ଆମେ ସେହି ମହିଳା ମାନଙ୍କ କଥା କହିବା ଯିଏକି ଅଧିକ ସମୟ ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି , ଏବଂ ଏହାଦ୍ୱାରା ଓଜନ ଅଧିକ ବଢିଯାଏ, ତେଣୁ ମହିଳା ମାନଙ୍କୁ ନିଜର ଖାଦ୍ୟ ର ବିଶେଷ ଧ୍ୟାନ ରଖିବା ଜରୁରୀ l ତେବେ ଆସନ୍ତୁ ଜାଣିବା କଁ କହୁଛନ୍ତି ଡାଏଟି ସିଆନ l
ଯେଉଁ ମହିଳାମାନେ ଶାରୀରିକ ଭାବରେ ସକ୍ରିୟ ରୁହନ୍ତି, ସେମାନଙ୍କ ମେଟାବୋଲିଯିମ ଠିକ ରହିଥାଏ, ଏବଂ ମୋଟାପଣ ର ଶିକାର ହୁଅନ୍ତି ନାହିଁ l ଏବଂ ମହିଳାମାନେ ଫିଟ ରହି ଥାଆନ୍ତି l କିନ୍ତୁ ଯେଉଁ ମହିଳା ମାନେ ଦିନସାରା ବସି ଗୋଟିଏ ସ୍ଥାନରେ କାର୍ଯ୍ୟ କରନ୍ତି ସେମାନେ ମେଦ ବହୁଳତା ର ସମୁଖୀନ ହୁଅନ୍ତି l ତେଣୁ ଏହି ମହିଳାମାନେ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ l
– ବିଶେଷ ଭାବରେ ନିଜ କ୍ୟାଲୋରୀ ର ଧ୍ୟାନ ରଖିବା ଆବଶ୍ୟକ l ଏହି ମହିଳା ମାନେ ୧୫୦୦-୧୮୦୦ କ୍ୟାଲୋରୀ ଖାଇବା ଜରୁରୀ l
– ଖାଦ୍ୟରେ ପ୍ରୋଟିନ ରହିବ ଜରୁରୀ, ପ୍ରୋଟିନ ସେବନ ଦ୍ୱାରା ବ୍ଲଡ଼ ସୁଗାର ସ୍ତର ସନ୍ତୁଳିତ ରହିଥାଏ, ତେଣୁ ମିଟ , ପନିର ତୋଫୁ ଭଳି ଖାଦ୍ୟ ଖାଇବା ଜରୁରୀ l ଯାହାଦ୍ୱାରା ମାଂସପେଶୀ ଷ୍ଟ୍ରଙ୍ଗ ହୋଇଥାଏ l
– ବାରମ୍ବାର ଭୋଜନ କରିବା ଜରୁରୀ, ୪- ୫ ଥର ଛୋଟ ଛୋଟ ମିଲ ଖାଆନ୍ତୁ, ଏହାଦ୍ୱାରା ପାଚନତନ୍ତ୍ର ଠିକ ରହିଥାଏ l ଏବଂ ଅଧିକ ମାତ୍ରା ରେ ପନିପରିବା ଖାଇବା ଜରୁରୀ l
– ଫାଇବର ଯୁକ୍ତ ଖାଇବା ଜରୁରୀ, ଫାଇବର ପେଟ କୁ ସଫା କରିଥାଏ, ତେଣୁ ଓଟ୍ସ, ବ୍ରକୋଲି , ଇତ୍ୟାଦି ଖାଇବା ଆବଶ୍ୟକ l
– ଭିଟାମିନ ଡି ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ କୁ ଜୋର ଦିଅନ୍ତୁ l ଯେଉଁଥିରେ ମାଣ୍ଡିଆ ଓ ଅଳମଣ୍ଡ ନିହାତି ଖାଆନ୍ତୁ l
– ଲୋ- ଗ୍ଲlଇ ସେମିକ ଖାଦ୍ୟ ଖାଆନ୍ତୁ l ତେଣୁ ମଇଦା , ଧଳା ଭାତ ବା ଅରୁଆ ଭାତ ଖାଇବା ଉଚିତ ନୁହେଁ l ବ୍ରାଉନ ରାଇସ , ମଲଟି ଗ୍ରେନ ଅଟା ରେ ପ୍ରସ୍ତୁତ ଖାଦ୍ୟ ଖାଇବା ଜରୁରୀ l
