ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ଷା ଋତୁରେ ସମସ୍ତ ଙ୍କୁ ସାତ୍ୱୀକ ଭୋଜନ କରିବା ଜରୁରୀ l କାରଣ ଏହି ଋତୁରେ ପାଚନ କ୍ରିୟା ଠିକ ଭାବେ କାର୍ଯ୍ୟ କରି ନ ଥାଏ ଓ ଦୁର୍ବଳ ରହିଥାଏ l ଯେଉଁ କାରଣରୁ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ l ଏହି ଋତୁରେ ତୈଳ ଯୁକ୍ତ ଭୋଜନ ଓ ଫାଷ୍ଟ ଫୁଡ ଖାଇବା ପାଇଁ ଅଧିକ ଇଛା ହୋଇଥାଏ l କିନ୍ତୁ ଏହାକୁ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ସହିତ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ l
* ଆସନ୍ତୁ ଜାଣିବା ବର୍ଷା ଦିନେ କେଉଁ ସବୁ ଖାଦ୍ୟ ପଦାର୍ଥ କୁ ନଖାଇବା ଆବଶ୍ୟକ :-
– ବର୍ଷା ଋତୁରେ ତୈଳ ଯୁକ୍ତ ଭୋଜନ ଖୁବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି l ଏହି ଋତୁରେ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥିବା କାରଣରୁ ଅନ୍ତ ସମ୍ବନ୍ଧୀତ ସମସ୍ୟା ଦେଖା ଯାଇଥାଏ l ତେଣୁ ବରା, ପକୁଡି , ସିଙ୍ଗଡ଼ା ଇତ୍ୟାଦି ଖାଇବା ଉଚିତ ନୁହେଁ l
– ବର୍ଷା ଦିନ ରେ ମାଛ ଜାତୀୟ ଜିନିଷ ବା ସି ଫୁଡ ଖାଇବା ଉଚିତ ନୁହେଁ l ଏହି ସମୟ ରେ ଜଳ ଚର ଜୀବ ମାନଙ୍କର ପ୍ରଜନନ ପ୍ରକ୍ରିୟା ହୋଇଥାଏ l ତେଣୁ ଏହି ଋତୁ ରେ ସି ଫୁଡ ଖାଇବା ଦ୍ୱାରା ଫୁଡ ପଏଜନିଙ୍ଗ ସମସ୍ୟା ହୋଇଥାଏ l ପାଣି ମଧ୍ୟ ଅଧିକ ଦୁଷିତ ହୋଇଥାଏ l
– ବର୍ଷା ଋତୁ ରେ ଅଧିକ ବ୍ୟାକଟେରିଆ ସଂକ୍ରମଣ ଓ ଫଙ୍ଗାଲ ଇନଫେକ୍ସନ ହୋଇଥାଏ l ଶାଗ ଜାତୀୟ ଖାଦ୍ୟ ରେ ବିଭିନ୍ନ ପ୍ରକାର ପୋକ ରହିଥାଏ , ତେଣୁ ଏହି ଋତୁ ରେ ଶାଗ ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ l ଏହାଛଡା ବିଭିନ୍ନ କୋବି କୁ ମଧ୍ୟ ଖାଆନ୍ତୁ ନାହିଁ , ଏହା ହଜମ ହେବାରେ ବାଧା ସୃଷ୍ଟି କରିଥାଏ l
– ବର୍ଷା ଦିନେ ଛତୁ ଓ ବ୍ରକୋଳି ଭଳି ଜିନିଷ ଖାଆନ୍ତୁ ନାହିଁ l ଏହା ଷ୍ଟୋମାକ ଇନଫେକ୍ସନ ର କାରଣ ହୋଇଥାଏ l ଗ୍ୟାସ ସମସ୍ୟା ର ମଧ୍ୟ କାରଣ ହୋଇଥାଏ l
– ବର୍ଷା ଦିନରେ ସାଲାଡ଼ ଖାଇବା ଉଚିତ ନୁହେଁ l ଉତ୍ତାପ କମ ଥିବା କାରଣ ରୁ ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି ହୋଇଥାଏ l
