ଆମେ ସମସ୍ତେ ପ୍ରାୟ ଦୀର୍ଘ ଜୀବି ହେବାକୁ ଚାହିଁ ଥାଆନ୍ତି, ଏବଂ ଆମେ ଚାହିଁନଥାଉ ଆମେ ରୋଗ ମୁକ୍ତ ହୋଇ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା, କିନ୍ତୁ ଆଜିକାଲି ଏହା ସମ୍ଭବ ହେଉନାହିଁ, ବୟସ ପୂର୍ବରୁ ଆମେମାନେ ରୋଗ ଗ୍ରସ୍ତ ହୋଇ ଯାଉଛୁ l କିନ୍ତୁ ଏହି ଦୁନିଆରେ ଏଭଳି ଅନେକ ଲୋକ ରହିଛନ୍ତି ଯିଏକି ୧୦୦ ବର୍ଷରୁ ଅଧିକ ଆୟୁ ପର୍ଯ୍ୟନ୍ତ ଜୀବନ୍ତ ରହୁଛନ୍ତି ଏବଂ ଫିଟ ରହୁଛନ୍ତି l ସେହିସବୁ ଅଂଚଳ କୁ Blue ଜୋନ୍ କୁହାଯାଏ l
କଣ କୌଣସି ମଣିଷ ୧୦୦ ବର୍ଷରୁ ଅଧିକସଉସ୍ଠା ଜୀବନ ବଂଚି ପାରିବ ? ଯଦି ବଂଚି ପାରିବ ତେବେ କିପରି ? କଣ ସେଥିପାଇଁ ତାକୁ କୌଣସି ବିଶେଷ ଦେଶ ରେ କୌଣସି ବିଶେଷ ସ୍ଥାନରେ ରହିବାକୁ ପଡିବ ନ କୌଣସି ବିଶେଷ ଜିନିଷ ଖାଇବା ଦ୍ୱାରା ୧୦୦ ବର୍ଷ ଅୟୁରୁ ଅଧିକ ଜୀବିତ ରହିବ ଏହିସବୁ ପ୍ରଶ୍ନର ଉତର ପାଇବା ପାଇଁ ଲଗାତାର ବୈଜ୍ଞାନିକ କାର୍ଯ୍ୟ କରି ଆସୁଛନ୍ତି l ଏହି ଅଧ୍ୟୟନ ରେ ବୈଜ୍ଞାନିକ ଙ୍କ ସମୁଖରେ ଅନେକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଆସିଛି l
ବ୍ରାଜିଲ ଏଭଳି ୩ଭଉଣୀ ଅଛନ୍ତି ଯାହାଙ୍କ ଆୟୁ ଶହେ ବର୍ଷରୁ ଉର୍ଧ୍ଵ, ଯେତେବେଳେ ବୈଜ୍ଞାନିକ ତାଙ୍କ ଆୟୁକୁ ନେଇ ରିସର୍ଚ୍ଚ କରିଥିଲେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା, ଯାହାକି ଆପଣଙ୍କ ଓ ଆମର ଜୀବନ ଶୈଳୀ କୁ ମ୍ୟାଚ କରୁଛି, ଯେଉଁଥିରେ ବ୍ୟକ୍ତି ନିଜକୁ ଆକ୍ଟିଭ ରଖିବା ଓ ତାର ଖାଦ୍ୟ ଶୈଳୀ ସାମିଲ ରହିଛି, ଯେଉଁ ବୟସରେ ବ୍ୟକ୍ତି ବିଛଣାରେ ପଡିଥାଏ ଏହି ୩ଭଉଣୀ ନିରୋଗୀ ରହିଛନ୍ତି l
ଦୀର୍ଘାୟୁ ଓ ରୋଗ ମୁକ୍ତ ରହିବାର ମିଳିଛି ସୁନ୍ଦର ପ୍ରମାଣ –
– ଆମେ ସିନା ପାଟି ସୁଆଦ ପାଇଁ ଖାଇଥାଉ ପ୍ରୋସେସଡ଼ ଫୁଡ, କିନ୍ତୁ ଏହା ହେଉଛି ସ୍ଲୋ ପଏଜନ, ତେଣୁ ପାଟି ସୁଆଦ ପାଇଁ ନଖାଇ ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତି ଖାଇବା ଜରୁରୀ l
– ବ୍ୟକ୍ତି ନିଜ ଭୋଜନ ରେ ଖୁବ ସୀମିତ ମାତ୍ରା ରେ ପଶୁ ଆଧାରିତ ଭୋଜନ ସାମିଲ କରିବା ଜରୁରୀ, ଶରୀର କୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ଦେବା ଅନେକ ରୋଗର କାରଣ ହୋଇଥାଏ l
– ବୈଜ୍ଞାନିକ ଏହି ଗବେଷଣା ରେ କହିଛନ୍ତି ଯେ ସୁସ୍ଥ ରହିଥିବା ବ୍ୟକ୍ତି ମାନେ ଜିମ ଯାଆନ୍ତି ନାହିଁ , କିନ୍ତୁ ନିୟମିତ ପାଦରେ ଚାଲିବା ଅଭ୍ୟାସ ରଖିଛନ୍ତି, ଚାଷ କାର୍ଯ୍ୟ କରନ୍ତି, ଘର କାମ କରନ୍ତି , ଅଧିକ ବିଜୁଳି ଉପକରଣ ନ କରି ନିଜ ହାତରେ କାର୍ଯ୍ୟ କରନ୍ତି ଓ ସିଡ଼ି ନିୟମିତ ଚଢ଼ନ୍ତି l
– ବୈଜ୍ଞାନିକ ଏହି ଗବେଷଣା ରୁ ପାଇଛନ୍ତି ଯେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ବ୍ୟକ୍ତିଙ୍କ ନିକଟରେ ମାନସିକ ଚାପ କୁ ନିୟନ୍ତ୍ରିତ କରିବା ପାଇଁ କ୍ଷମତା ରହିଥାଏ ଓ ସେଥିପାଇଁ ମେଡ଼ିଟେସନ ଗୋଟିଏ ଭଲ ଉପାୟ l
ଦୁନିଆର ଏହିସବୁ ସ୍ଥାନରେ ରହିଛନ୍ତି ଦୀର୍ଘାୟୁ ବ୍ୟକ୍ତି –
ସେହି ଦେଶ ଗୁଡିକ ହେଲା –
– ଜାପାନ ର – ଓକିନବା
– ଇଟାଲୀ ର ସର୍ଦୀନିଆ
– ଗ୍ରୀସ ର ଇକରିଆ
– କୋଷ୍ଟା ରିକା ର – ନିକୋୟା
– ଆମେରିକାର – ଲୋମା ଲିଣ୍ଡା
