ବର୍ତମାନ ବର୍ଷାଋତୁ ଆରମ୍ଭ ହୋଇ ଯାଇଛି, ବର୍ଷାଋତୁ ଆରମ୍ଭ ହେବା ମାତ୍ରକେ କେଶ ଝଡ଼ିବା ସମସ୍ୟା ଓ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସାଧାରଣ ଭାବରେ ଦେଖା ଦେଇଥାଏ l ଏହି ଋତୁରେ ଆମେ କେଶ ଓ ତ୍ୱଚା କୁ ନେଇ ବିଶେଷ ସାବଧାନ ରହିବା ଉଚିତ , ନଚେତ ଅନେକ ସମସ୍ୟା ଦେଖାଯିବ l ଯଦି ଆପଣ ମଧ୍ୟ ବର୍ଷାଋତୁ ରେ କେଶ ଝଡ଼ିବା ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଡର୍ମେଟୋଲୋଜିଷ୍ଟ କିଛି ଜରୁରୀ କଥାକୁ ଧ୍ୟାନ ଦେବା ଜରୁରୀ l କିଛିଟା କଥାକୁ ଧ୍ୟାନ ରଖି ଆପଣ କେଶ ଝଡ଼ିବା ସମସ୍ୟା ଠାରୁ ଦୂରେଇ ରହି ପାରିବେ l
* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ବର୍ଷା ଋତୁରେ ଜଳବାୟୁ ରେ ଆର୍ଦ୍ରତା ରହିଥାଏ , ଯାହାଦ୍ୱାରା ଅଧିକ ଝାଳ ବାହାରି ଥାଏ l ଅତ୍ୟଧିକ ଓଦା ହେବା ଦ୍ୱାରା ସ୍କାଳ୍ପ ଡ୍ରାଇ ହୋଇ ଯାଇଥାଏ ଓ କେଶ ଝଡ଼ିବାର ସମସ୍ୟା ଅଧିକ ବଢିଯାଏ l ନଚେତ କେଶ ମୂଳରେ ଫଙ୍ଗାଲ ଇନଫେକ୍ସନ ଦେଖା ଯାଇଥାଏ ଓ କେଶ ଝଡ଼ିବାର କାରଣ ହୋଇଥାଏ l ଏପରିସ୍ଥିତି ରେ କେଶ ର ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ l
* ଏହି ୫ଟି ଉପାୟ ରେ କେଶ ଝଡ଼ିବା ସମସ୍ୟା କୁ ଦୁରେଇ ପାରିବେ -:
– ବର୍ଷା ଋତୁରେ କେଶ କୁ ବର୍ଷା ପାଣିରେ ଓଦା କରିବା ଉଚିତ ନୁହେଁ l ଯଦିବି ଓଦା ହୋଇ ଯାଉଛନ୍ତି ତେବେ ମୁଣ୍ଡ କେଶ କୁ ଠିକ ଭାବରେ ଧୋଇ ତାକୁ ଶୁଖାଇ ନିଅନ୍ତୁ l ଏପରି କରିବା ଦ୍ୱାରା ଫଙ୍ଗାଳ ଇନଫେକ୍ସନ କେଶ ମୂଳରେ ହୋଇ ନଥାଏ l ଏହାଦ୍ୱାରା କେଶ ମଧ୍ୟ ମଜବୁତ ହୋଇଥାଏ l
– କେଶ ଝଡ଼ିବାକୁ ଅଟକାଇବା ପାଇଁ ଗାଧୋଇବା ପୂର୍ବରୁ କେଶ ମୂଳରେ ଭଲରେ ନଡ଼ିଆ ତେଲ ମାଲିସ କରନ୍ତୁ l ଏପରି କରିବା ଦ୍ୱାରା ସ୍କାଳ୍ପ ର ଡ୍ରାଏନେସ ଦୂର ହୋଇଥାଏ ଓ ଚୁଟି ଭଲ କଣ୍ଡିସନିଂ ହୋଇଥାଏ l ସବୁବେଳେ ସାମ୍ପୁ କରିବା ପୂର୍ବରୁ ଅଏଲ ମସାଜ କରିବା ଖୁବ ଭଲ ଅଟେ l
– ବର୍ଷା ଋତୁରେ ଅଧିକ କଣ୍ଡିସନର ବ୍ୟବହାର କରନ୍ତୁ ନାହିଁ l ଜଳବାୟୁ ରେ ଆର୍ଦ୍ରତା କାରଣରୁ ଏହାଦ୍ୱାରା କେଶ ମୂଳରେ ମଳି ଜମି ରହିବ ଓ କେଶ ଝଡ଼ିବା ଅତ୍ୟଧିକ ହେବ l
– କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ପ୍ରୋଟିନ ଯୁକ୍ତ ଭୋଜନ ଅଧିକ ସେବନ କରିବା ଆବଶ୍ୟକ l ଏହି ଋତୁରେ ଆପଣ ଡାଲି, ପନିର ଓ ସୋୟାବିନ ର ମାତ୍ରା ନିଜ ଖାଦ୍ୟ ରେ ବଢ଼ାଇ ଦେବା ଜରୁରୀ l ଯଦି ଆପଣ ଆମିଷ ଖାଉଛନ୍ତି ତେବେ ମାଛ, ଅଣ୍ଡା ଓ ଚିକେନ ଇତ୍ୟାଦି ସେବନ କରନ୍ତୁ l ଅତ୍ୟଧିକ ଫଳ ଖାଇବା ମଧ୍ୟ ଆବଶ୍ୟକ l ଫଳରେ ଥିବା ପୋଷାକ ତତ୍ୱ ଯେପରିକି ମଗ୍ନେଶୀୟମ, ଜିଙ୍କ ଭଳି ତତ୍ୱ କେଶ ମୂଳକୁ ମଜବୁତ କରିଥାଏ l
– ଏହି ଋତୁରେ କେଶ ଝଡ଼ିବାରୁ ରକ୍ଷା ପାଇବା ପାଇଁ କେଶ ମୂଳରେ ଦହି ଓ ମହୁ ର ମିଶ୍ରଣ ମାଲିସ କରନ୍ତୁ l ଏହାପରେ କେଶକୁ ସାମାନ୍ୟ ଉଷୁମ ପାଣିରେ ଧୋଇ ନିଅନ୍ତୁ l ଏଭଳି କେଶ ମଜବୁତ ଓ ସୁନ୍ଦର ହେବ l ଯେବେବି ସାମ୍ପୁ କରୁଛନ୍ତି ସେଥିରେ ସାମାନ୍ୟ ପାଣି ମିଶାଇ ନିଅନ୍ତୁ l ଏହା କେଶ କୁ ମୁଲାୟମ କରିଥାଏ l ସପ୍ତାହ କୁ ଥରେ କେଶ ରେ ବିଟ ରୁଟ ର ପ୍ୟାକ ଦିଅନ୍ତୁ l
