ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ଗୋଟିଏ ଏଭଳି ଗୋଟିଏ ଗ୍ରନ୍ଥ ଅଟେ, ଯେଉଁଥିରେ ଭଗବାନ ଶ୍ରୀହରୀ ଦ୍ୱାରା ମୃତ୍ୟୁ ଓ ମୃତ୍ୟୁ ପରେ ଘଟଣା ବିଷୟରେ ସମ୍ପୂର୍ଣ ବର୍ଣନା ହୋଇଛି l ସାଧାରଣ ଭାବରେ ଗରୁଡ଼ ପୁରାଣ ପାଠ ଘରେ କାହାର ମୃତ୍ୟୁ ପରେ କରାଯାଇ ଥାଏ l ହିନ୍ଦୁ ଧର୍ମରେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତାର ଅନ୍ତିମ ସଂସ୍କାର ସହିତ ଅନେକ ପ୍ରକାରର କର୍ମକାଣ୍ଡ କରାଯାଇ ଥାଏ l ଯାହାକି ସମ୍ପୂର୍ଣ ୧୩ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ l ମାନ୍ୟତା ରହିଛି ଯେ ମୃତକ ର ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ଓ ପରିଜନ ଙ୍କ ସହିତ ଗରୁଡ଼ ପୁରାଣ ଶୁଣିଥାଏ l ଏହାଦ୍ୱାରା ଆତ୍ମା ସାଂସାରିକ ମୋହ ତ୍ୟାଗ କରିପାରେ ଓ ସଦଗତି ପ୍ରାପ୍ତ କରିଥାଏ l
ଗରୁଡ଼ ପୁରାଣ କଣ ? –
ଗରୁଡ଼ ପୁରାଣ ବୈଷ୍ଣବ ସମ୍ପ୍ରଦାୟ ସହିତ ଜଡିତ ଗ୍ରନ୍ଥ ଅଟେ l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଏକଦା ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ନୁ ଙ୍କୁ ପ୍ରାଣୀ ମାନଙ୍କର ମୃତ୍ୟୁ , ଯମ ଲୋକ ଯାତ୍ରା, ନର୍କ କୁ ଯିବା ଓ ଆତ୍ମା ମାନଙ୍କର ସଦଗତି କୁ ନେଇ ଅନେକ ଗୂଢ଼ ପ୍ରଶ୍ନ ପଚାରି ଥିଲେ l ଗରୁଡ଼ ଙ୍କର ଏହି ପ୍ରଶ୍ନ ର ଉତର ଭଗବାନ ଦେଇଥିଲେ l ଏଥିରେ ସ୍ୱର୍ଗ-ନର୍କ, ପାପ-ପୁଣ୍ୟ, ପୁନର୍ଜନ୍ମ, ଜ୍ଞାନ, ବିଜ୍ଞାନ, ନୀତି, ନିୟମ ଓ ଧର୍ମ ବିଷୟରେ କୁହାଯାଇ ଥିଲା l ଗୋଟିଏ ପଟେ ଯଦି ଗରୁଡ଼ ପୁରାଣ ମୃତ୍ୟୁ ର ରହସ୍ୟ ବିଷୟରେ କହିଥାଏ, ଅନ୍ୟ ପଟରେ ସଫଳ ଜୀବନ ର ରହସ୍ୟ ର ସୂଚନା ଦେଇଥାଏ l
– ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ହିନ୍ଦୁ ଧର୍ମର ରୀତି ଅନୁସାରେ ଯଦି ମୃତକ ଗରୁଡ଼ ପୁରାଣ ଶ୍ରବଣ କରି ନଥାଏ, ତେବେ ତାର ଆତ୍ମାକୁ ଶାନ୍ତି ପ୍ରାପ୍ତି ହୋଇନଥାଏ l
– ମଣିଷ ନିଜ କର୍ମର ଫଳ ଭୋଗ କରିଥାଏ, ତେଣୁ ଗରୁଡ଼ ପୁରାଣ ରେ ମଣିଷ ବଞ୍ଚିଥିବା ଅବସ୍ଥାରେ ସତ୍କାର୍ଯ୍ୟ କରି ପୁଣ୍ୟ ଲାଭ କରିବା ଉଚିତ ବୋଲି ଦର୍ଶା ଯାଇଛି l
– ଗରୁଡ଼ ପୁରାଣ ର ବର୍ଣନା ଅନୁସାରେ ମଣିଷ ନିଜ ର କର୍ମ ଫଳ ସଦୃଶ କେଉଁ ଯୋନୀ ରେ ଜନ୍ମ ନେବ ତାହା ସ୍ଥିର ହୋଇଥାଏ ଓ ଏହି ବିଷୟରେ ଗରୁଡ଼ ପୁରାଣ ରେ ବର୍ଣନା ହୋଇଛି l
– ମାନ୍ୟତା ରହିଛି ଯେ ଯେଉଁ ଘରେ ମୃତ୍ୟୁ ପରେ ଗରୁଡ଼ ପୁରାଣ ପାଠ କରାଯାଏ ନାହିଁ, ଏହା ସେହି ଘରର ପରିବେଶ କୁ ନକାରାତ୍ମକ ଭାବନାରେ ଭାରି ଦେଇଥାଏ ଓ ମୃତକ ର ଆତ୍ମା ଶାନ୍ତି ପାଇ ନଥାଏ l
– ଘରେ ଗରୁଡ଼ ପୁରାଣ ରଖି ପୂଜା କରିବା ଦ୍ୱାରା ସକାରାତ୍ମକ ଭାବନା ଆସିଥାଏ l ଏହାଛଡା ବିଷ୍ନୁ ଙ୍କ କୃପା ଲାଭ ହୋଇଥାଏ l
– କୁହାଯାଏ ଯେ ମୃତକ ବ୍ୟକ୍ତି ନିକଟରେ ଗରୁଡ଼ ପୁରାଣ ପାଠ କରିବା ଦ୍ୱାରା ତାର ଆତ୍ମାକୁ ଶାନ୍ତି ଲାଭ ହୋଇଥାଏ ଓ ପରବର୍ତୀ ଜୀବନ ତାର ସୁଖମୟ ହୋଇଥାଏ l