Odisha news

କଣ ହାର୍ଟ ଆଟାକ ର ବଡ଼ କାରଣ ନିଦ୍ରା ହୀନତା କି ? ରିସର୍ଚ୍ଚ କଣ କହୁଛି ?

0

ଅନେକ ଲୋକ ଏଭଳି ଅଛନ୍ତି ଯିଏକି ଅଧିକ ଶୋଇବାକୁ ପସନ୍ଦ କରନ୍ତି l ନିଦ୍ରା ଆମ ଶରୀର ପାଇଁ ଖୁବ ଆବଶ୍ୟକ l ଯଦି ଆପଣ ସମ୍ପୂର୍ଣ ଗୋଟିଏ ଦିନ ଶୋଇବେ ନାହିଁ ତେବେ ଆପଣଙ୍କ ଶରୀର କାର୍ଯ୍ୟ କରିବା ବନ୍ଦ କରିଦେବ l ମଣିଷ ଙ୍କ ଶରୀର ର ଗ୍ରୋଥ ପାଇଁ ନିଦ ବହୁତ ଜରୁରୀ l

କଣ କମ ନିଦ ଆପଣଙ୍କ ହାର୍ଟ କୁ ପ୍ରଭାବିତ କରିପାରେ ? :-
ଗୋଟିଏ ଅଧ୍ୟୟନ ଅନୁସାରେ ଭଲ ନିଦ ନହେବା ଦ୍ୱାରା ଆପଣଙ୍କ ହାର୍ଟ ପ୍ରଭାବିତ ହୋଇପାରେ l ଯେତେବେଳେ ଆପଣ ଶୋଇ ଥାଆନ୍ତି ଆପଣଙ୍କ ହାର୍ଟ ବିଟ ସ୍ଲୋ ହୋଇଥାଏ , ବ୍ଲଡ଼ ପ୍ରେସର ନର୍ମାଲ ହୋଇଥାଏ l ତେଣୁ ଆପଣଙ୍କ ହାର୍ଟ ର ଷ୍ଟ୍ରେସ କମ ହୋଇଥାଏ , ଯାହାଦ୍ୱାରା ହାର୍ଟ ସମସ୍ୟା ରୁ ଆରାମ ମିଳିଥାଏ l

ନିଦ ପ୍ରଭାବିତ ହେବା କାରଣରୁ ଉଚ୍ଚ ରକ୍ତଚାପ,  ଓଜନ ବୃଦ୍ଧି , ମଧୁମେହ , ହାର୍ଟ ଷ୍ଟ୍ରୋକ ର ସମ୍ଭାବନା ଅଧିକ ବଢି ଯାଇଥାଏ l ଯେଉଁ  ଆଡ଼ଲ୍ଟ ୭ ଘଣ୍ଟା ରୁ କମ ଶୋଇ ଥାଆନ୍ତି ସେମାନେ ଅସ୍ଥମା,  ଡିପ୍ରେସନ ଓ ହାର୍ଟ ଅଟକ ଦେଖା ଯାଇଥାଏ l

ପର୍ଯ୍ୟାପ୍ତ ନିଦ ପାଇଁ କଣ କରିବେ ?
* ଗୋଟିଏ ଭଲ ନିଦ୍ରା ପାଇଁ ସର୍ବ ପ୍ରଥମେ ଗୋଟିଏ ସିଡିଉଲ କରନ୍ତୁ l

* ପ୍ରତିଦିନ ଗୋଟିଏ ନିର୍ଦ୍ଧାରିତ ସମୟ ରେ ସୁଅନ୍ତୁ l

* ପ୍ରତିଦିନ ସକାଳୁ ବ୍ୟାୟାମ କରନ୍ତୁ l  ଏକ୍ସରସାଇଜ ଓ ଯୋଗ ଦ୍ୱାରା ଷ୍ଟ୍ରେସ କମ ହୋଇଥାଏ ଓ ଆପଣଙ୍କ ହର୍ମନ ମଧ୍ୟ ସନ୍ତୁଳିତ ରହିଥାଏ l

* ବ୍ଲୁ ଲାଇଟ ର ବ୍ୟବହାର କମ କରନ୍ତୁ , ଶୋଇବା ପୂର୍ବରୁ ମୋବାଇଲ , କମ୍ପ୍ୟୁଟର  ଓ ଟିଭି ରୁ ବାହାରୁ ଥିବା ବ୍ଲୁ ଲାଇଟ ନିଦ କୁ ପ୍ରଭାବିତ କରିଥାଏ l

* ରାତିରେ ଶୋଇବା ପୂର୍ବରୁ ଚା କିମ୍ବ କଫି ସେବନ କରିବା ଉଚିତ ନୁହେଁ l ଏହା ଆପଣଙ୍କ ମସ୍ତିଷ୍କ କୁ ଆକ୍ଟିଭ ରଖିଥାଏ ଓ ନିଦ ଠିକ ଭାବରେ ହୋଇ ନଥାଏ l

Govt
Leave A Reply