ଦାନଗଦୀ,ଗତ ୧୦ଦିନ ପରେ ଆଜି ରାତିରେ ଦନ୍ତାଟିକୁ ବନବିଭାଗ କାବୁ କରିଛି । ମୁଖ୍ୟତ ଟ୍ରାଂକୁ୍ୟଲାଇଜ ଜରିଆରେ ଦନ୍ତାଟିକୁ କାବୁ କରାଯାଇଥିଲା । ଏବେ ଲୋକେ ଆଶ୍ୱସ୍ତୀ ଅନୁଭବ କରିଛନ୍ତି । କାରଣ ୧୦ଦିନ ମଧ୍ୟରେ ଦନ୍ତାଟି ୪ଜଣକଂ ଜୀବନ ନେଇଥିଲା ଏବଂ ୫୦ରୁ ଉର୍ଦ୍ଧ ଆହତ କରିଥିଲା । କାରଣ ଦନ୍ତାଟିକୁ ଟ୍ରାଂକୁ୍ୟଲାଇଜ୍ କରିବା ପାଇଁ ସ୍ଥାନୀୟ ଲୋକେ ଆଜି ମଧ୍ୟ ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇଥିଲେ । କଳିଙ୍ଗନଗର -ଯାଜପୁରରୋଡ ମୁଖ୍ୟ ରାସ୍ତାର ମିଲିଟାରୀ ଛକ ଓ ମାନପୁର ଛକ, ଦାନଗଦୀ – ବାଙ୍ଗରକୋଟା ରାସ୍ତାର କଣ୍ଠିପୁର ଠାରେ ଆଜି ପୁଣି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଯାହାକି ପ୍ରଶାସନର ଚିନ୍ତା ଦ୍ୱିଗୁଣିତ ହୋଇଥିଲା । ପ୍ରଶାସନ ହସ୍ତକ୍ଷେପ ପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ (ଶିମିଳିପାଳ, ନନ୍ଦନ କାନନ, ବାରିପଦା) ଦନ୍ତାଟିକୁ ଟ୍ରାଂକୁ୍ୟଲାଇଜ କରିବାକୁ ଦାନଗଦୀସ୍ଥିତ ଧୁଳିଗଡ ଜଙ୍ଗଲ ନିକଟରେ ପହଂଚିଥିଲେ । ଏହି ଟିମ୍ରେ ବନବିଭାଗର ୩ଜଣ ଏସିଏଫଓ, ଯାଜପୁରରୋଡ-ସୁକିନ୍ଦା-ଟମକା ଫରେଷ୍ଟ ରେଞ୍ଜ ଅଫିସର ଏବଂ କର୍ମଚାରୀ, ସ୍ଥାନୀୟ ଥାନା ଅଧିକାରୀ ସମେତ ଟ୍ରାଂକୁ୍ୟଲାଇଜର କର୍ମଚାରୀମାନେ ସାମିଲ ହୋଇଥିଲେ । ଏପରିକି ବନବିଭାଗ ଅଧିକାରୀମାନେ ଆଜି ଡ୍ରୋନ କ୍ୟାମେରା ଦ୍ୱାରା ଦନ୍ତାଟିକୁ ପ୍ରଥମେ ଧୂଳିଗଡ ଜଙ୍ଗଲରେ ଠାବ କରିଥିଲେ । ହେଲେ ଦନ୍ତାଟି ସ୍ଥିର ଅବସ୍ଥାରେ ରହୁ ନ ଥିବାରୁ ଟ୍ରାଂକୁ୍ୟଲାଇଜ କରିବାରେ ବାଧା ଉପୁଜିଥିଲା । ସଂନ୍ଧ୍ୟା ସମୟରେ ହଠାତ ଦନ୍ତାଟି ବାହାରକୁ ଚାଲି ଆସିଥିଲେ ମଧ୍ୟ ଲୋକକଂ ପାଟିତୁଣ୍ଡରେ ପୁଣି କଣ୍ଠିପୁର ଜଙ୍ଗଲ ଆଡକକୁ ଚାଲିଯାଇଥିଲା । ହେଲେ ବନ ବିଭାଗ ଟ୍ରାଂକୁ୍ୟଲାଇଜ କରିବାକୁ ପ୍ରୟାସ ଜାରି ରଖିଥିଲା । ଏପରିକି ନରହନ୍ତା ଦନ୍ତାଟି ଉପରେ ବନବିଭାଗ ତୀକ୍ଷନ ନଜର ରଖିଥିଲା । ହେଲେ ଆଜି ରାତି ୮ଟାରେ ହଠାତ ଦନ୍ତାଟି ବାହାରକୁ ଚାଲିଆସିବାରୁ ବନବିଭାଗ ଦନ୍ତାଟିକୁ ଟ୍ରାଂକୁ୍ୟଲାଇଜ ଦ୍ୱାରା କାବୁ କରିଥିବା ଜଣପଡିଛି । ବନବିଭାଗ ଦନ୍ତାଟିକୁ ଅନ୍ୟତ୍ର ନେବାକୁ ବ୍ୟବସ୍ଥା କରୁଥିବା ଜଣାପଡିଛି । ତେବେ ପୁର୍ବରୁ ଦନ୍ତାଟିକୁ ଠାବ କରାଯାଇଥିଲେ ୪ଜଣକଂ ଜୀବନ ରକ୍ଷା ପାଇଯାଇଥା’ନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୦ଦିନ ମଧ୍ୟରେ ଦନ୍ତା ଉପଦ୍ରବରେ ୪ ଜଣକଂ ଜୀବନ ନେଇଥିଲା ଏବଂ ୫୦ରୁ ଉର୍ଦ୍ଧ ଆହତ ହୋଇଥିଲେ । ଗତକାଲି ରାତିରେ ତ୍ରୀଜଙ୍ଗା ଟାଟା କଲୋନୀର ସୋମନାଥ ସିଂହ କେରାଇ, ପାଣ୍ଡୁ ଗାଗରାଇ, ଚନ୍ଦ୍ରମଣି ଲାଗୁରୀକଂ ଘର ସମେତ ବିଭିନ୍ନ ପାଚେରୀକୁ ଭାଙ୍ଗି ଚୁରମାର କରି ଦେଇଥିଲା । ଭଙ୍ଗାରୁଜା ପରେ ପୁଣି ଜଙ୍ଗଲକୁ ଦନ୍ତାଟି ଫେରିଯାଇଥିଲା । ଏହା ଦନ୍ତାର ନିତିଦିନିଆ ଘଟଣା ପାଲଟିଥିଲା । ଦନ୍ତା ଭୟରେ ସ୍ଥାନୀୟ ଲୋକେ ରାତିରେ ନିଜ ଘର ଛାଡି ଦେଇଥିଲେ । ଏଭଳି ସ୍ଥିତିରେ ଦନ୍ତାଟି ସ୍ଥାନୀୟ ଲୋକକଂ ନିଦ ହଜାଇ ଦେଇଲା । ଗତ ୨୫ତାରିଖ ରାତିରେ ଧପକିଂର ଜନୈକ ୧୫ ବର୍ଷ ଛାତ୍ରକଂ ଦନ୍ତାଟି ଜୀବନ ନେଲା ପରେ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଦାନଗଦୀ ବଜାରର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । କାରଣ ପୁର୍ବରୁ ୩ଜଣକଂ ଜୀବନ ନେଇଥିଲା ଦନ୍ତା । ତୁରନ୍ତ ନରହନ୍ତା ଦନ୍ତାଟିକୁ ଠାବ କରାଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ବାଧ୍ୟ ହୋଇ ଆଜି ସକାଳୁ ସ୍ଥାନୀୟ ଲୋକେ କଳିଙ୍ଗନଗର-ଯାଜପୁରରୋଡ ମୁଖ୍ୟ ରାସ୍ତାର ମିଲିଟାରୀ ଛକ ଏବଂ ଦାନଗଦୀ –ବାଙ୍ଗର କୋଟା ରାସ୍ତାର କଣ୍ଠିପୁର ରାସ୍ତାକୁ ଅରୋଧ କରାଯାଇଥିଲା । ଯାହାଫଳରେ ବନ ବିଭାଗର ଏକ ଟିମ ଦନ୍ତାଟିକୁ ଟ୍ରାକୁଂଲାଇଜ କରିବା ପାଇଁ ଦାନଗଦୀରେ ପହଂଚି ଥିଲେ । ହେଲେ ଆଜି ରାତିରେ ନରହନ୍ତା ଦନ୍ତାଟି ଧୁଳିଗଡ ଜଙ୍ଗଲରୁ ବାହାରି କଣ୍ଠିପୁର ଝାଟି ଜଙ୍ଗଲକୁ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ବନବିଭାଗ ତାକୁ ଟ୍ରାକୁଂଲାଇଜ କରିବାରେ ସଫଳ ହୋଇଛି । ଗତ ୧୦ ଦିନ ମଧ୍ୟରେ ଦନ୍ତାଟି ୪ଜଣକଂ ଜୀବନ ନେଇଥିବାବେଳେ ୫୦ରୁ ଉର୍ଦ୍ଧ ଆହତ କରିଥିଲା ଏବଂ ଅନେକ ଘର ଭଙ୍ଗାରୁଜା କରିଥିଲା । ସ୍ଥାନୀୟ ଲୋକକଂ ପକ୍ଷରୁ ଆଜି ରାସ୍ତାରୋକ ପରେ ବାଧ୍ୟ ହୋଇ ଦନ୍ତାଟିକୁ ଟ୍ରାଂକୁ୍ୟଲାଇଜ କରାଯାଇଥିଲା