ଷ୍ଟ୍ରେଶ୍, କ୍ଳାନ୍ତି, ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ପୁରୁଷଙ୍କ ମଧ୍ୟରେ ନଂପୁସକତା ସମସ୍ୟା ବଢ଼ୁଛି । ଯଦି ନିୟମିତ ଏକ ସୀମିତ ମାତ୍ରାରେ ଫିଶ୍ ଅଏଲ୍ କ୍ୟାପସୁଲ୍ ଖାଇବେ, ଏପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ । ବିଶେଷଜ୍ଞଙ୍କ ମତରେ ପ୍ରଜନନ ଶକ୍ତି ହରାଇବା ସମସ୍ୟାର ସାମ୍ନା କରୁଥିବା କୌଣସି ବ୍ୟକ୍ତି ଯଦି ୫ ପାଉଣ୍ଡ୍ର ୩୦ କ୍ୟାପସୁଲ୍ର ଠିକ୍ ଡାଏଟ୍ ଓ ନିୟମ ସହିତ ଖାଆନ୍ତି ପ୍ରଜନନ କ୍ଷମ ହେବାର ସମ୍ଭାବନା ଦୁଇ ଗୁଣ ବଢ଼ିଯାଇପାରେ । ଫିଶ୍ ଅଏଲ୍ ଓମେଗା ୩ ଫ୍ୟାଟି ଏସିଡ୍ରେ ଭରପୂର । ପୁରୁଷମାନେ ଫିଶ୍ ଅଏଲ୍ ସପ୍ଲିମେଣ୍ଟ୍ ବ୍ୟବହାର କଲେ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ବିଶେଷଜ୍ଞଙ୍କ ମତରେ ବ୍ରିଟେନ୍ରେ ପ୍ରତି ୬ରେ ଜଣେ ଦମ୍ପତି ନିଃସନ୍ତାନ ସ୍ଥିତିର ସାମ୍ନା କରୁଛନ୍ତି । ପ୍ରାୟ ୫୦% କେସ୍ରେ ମେଲ୍ ଇନ୍ଫର୍ଟିଲିଟି ସମସ୍ୟା ରହିଛି ।