Odisha news

ବିଦ୍ୟାଳୟରେ ପାଠପଢା ସମୟରେ ମାଂସଭାତ ଭୋଜି କରି ଅଡୁଆରେ ଶିକ୍ଷକଶକ୍ଷୟିତ୍ରୀ

0

ବାରିପଦା: ଏବେ ସବୁଆଡେ ପିକନିକ୍ ଋତୁ ଚାଲିଥିବାବେଳେ ଭୋଜିଭାତର ଆସର ଜମୁଥିବାର ଦେଖିବାକୁ ମିଳୁଛି । ସ୍କୁଲ ପରିସରରେ କାର୍ଯ୍ୟନିର୍ଘଣ୍ଟକୁ ବଳି ପକାଇ ଛାତ୍ରଛାତ୍ରୀଙ୍କ ଉପସ୍ଥିତିକୁ ଉପେକ୍ଷା କରି ଆୟୋଜିତ ମଟନ ଓ ଚିକେନ ମାଂସ ଭୋଜିଖାଇ ମଜା ନେଉଛନ୍ତି ଦାୟିତ୍ୱ ସଂପନ୍ନ ଶିକ୍ଷକଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କୁମାରଡିହା ପଞ୍ଚାୟତରେ ଥିବା ବାଇଧର ଉଚ୍ଚ ବିଦ୍ୟାଳୟରେ । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି ଆଉ ଶିକ୍ଷାବିଭାଗର ନିୟମକୁ ବେଖାତିର କରି ଅଡୁଆରେ ପଡିଛନ୍ତି ମାଂସ ଭୋଜିର ମଜା ନେଇଥିବା ଶିକ୍ଷକଶିକ୍ଷୟିତ୍ରୀ । ଏହି ନିଆରା ଭୋଜିର ଭିଡିଓ ଭାଇରାଲ ହେବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ ଏବଂ ଉତ୍ତେଜନା । ତେବେ ଦାୟିତ୍ୱ ପାଳନ ପ୍ରତି ଅବହେଳା ପ୍ରଦର୍ଶନ କରିବା ସହିତ ସରକାରଙ୍କ ଶିକ୍ଷା ବିଭାଗର ନିୟମକୁ ଉଲ୍ଲଂଘନ କରି ଭୋଜି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୋଜିର ନିନ୍ଦା କରିବା ସହିତ ସଂପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । । ତେବେ ଶିକ୍ଷାଦାନର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ସମୟରେ ନେଉଛନ୍ତି ନୂଆନୂଆ ପଦକ୍ଷେପ । ଶିକ୍ଷାରମାନ କଣ ଉନ୍ନତି ହେବ ଶିକ୍ଷକଶିକ୍ଷୟତି୍ରୀ ମିଶି ନିଜ ନୈତିକଦାୟିତ୍ୱ ଭୁଲିଯାଇ, ଶ୍ରେଣୀ ଫାଙ୍କା ରଖି ପାଢପଢାକୁ ଅବହେଳା କରି ଛାତ୍ରଛାତ୍ରୀ ଅଧିକାରକୁ ହତ୍ୟାକରି ବିଦ୍ୟାଳୟ ପରିସରରେ ମାଂସଭୋଜିର ମଜା ନେଉଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ସେଦିନର ସ୍ଥିତ ଏମିତି ଥିଲା ସ୍କୁଲ ଖୋଲାଥିଲା, ପିଲାମାନେ ଶ୍ରେଣୀ କକ୍ଷରେ ବସିଥିଲେ କିଛି ପିଲା ଏଣେତେଣେ ବୁଲୁଥିଲେ, କିନ୍ତୁ ଶିକ୍ଷକମାନେ ନିଜନିଜ ପିରିୟଡ ଅନୁସାରେ ପାଢପଢାଇବା ପାଇଁ ଶ୍ରେଣୀରେ ରହିବା ବଦଳରେ ମଟନ ଚିକେନ ମାଂସ ଭୋଜିର ମଜା ଉଠାଇଛନ୍ତି ଯାହା ଶିକ୍ଷା ବିଭାଗର ସବୁ ନିତୀନିୟମକୁ ବେଖାତିର କରିଛନ୍ତି ଶିକ୍ଷକଶିକ୍ଷୟତ୍ରୀ । ଏହାକୁ ନେଇ ଦେଖାଦେଇଛି ବିଦ୍ୟାଳୟରେ ଉତ୍ତେଜାନ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୨ତାରିଖ ବୁଧୁବାର ଦିନ ବିଦ୍ୟାଳୟ ପରିସରରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ମାଂସଭୋଜି । ତେବେ ବ୍ୟତିକ୍ରମ ଥିଲା ଜଣେ ଶିକ୍ଷକ ପାଠ ପଢାଉଥିବା ବେଳେ ଅନ୍ୟସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାଂସଭାତର ମଜା ନେଉଥିଲେ । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବ୍ରତ ମହାପାତ୍ରଙ୍କୁ ଯୋଗଯୋଗ କରିବାରୁ ସ୍କୁଲର ସମୟରେ ଭୋଜିଭାତ କରୁଥିବା ସ୍ୱୀକାର କରିବା ସହ ଏନେଇ ସେ ଦୁଃଖପ୍ରକାଶ କରିଛନ୍ତି । ଅପରପକ୍ଷରେ ଉକ୍ତ ଘଟଣାପ୍ରତି ଜିଲ୍ଲା ଶିକ୍ଷାବିଭାଗ ନଜର ଦେବା ସହ ଦୃଷ୍ଟାନ୍ତମୂଲକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply