ଫିରିଙ୍ଗିଆ,୯/୧୧ଜଣେ ପେଷାଦାର ଅପରାଧୀ ନିଜକୁ ମାଓବାଦୀ କହି ଫୋନ୍ ଯୋଗେ ସରପଞ୍ଚ ମାନଙ୍କୁ ହତ୍ୟା ଧମକ ଦେଇଛି। ଫଳରେ ସରପଞ୍ଚ ମାନେ ନିଜକୁ ସୁରକ୍ଷିତ ଭାବୁନାହାନ୍ତି।ଏଭଳି ଏକ ଘଟଣା ଘଟିଛି ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଅଞ୍ଚଳରେ। ଫିରିଙ୍ଗିଆ ବ୍ଲକ ର ଦିଣ୍ଡିରା ଗାଁ ସରପଞ୍ଚ ରଞ୍ଜିତା କହଁର, ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର, ରତଙ୍ଗ ସରପଞ୍ଚ ପାର୍ବତୀ ମଲିକ ଙ୍କୁ ଜଣେ ବ୍ୟକ୍ତି ନିଜକୁ ମାଓବାଦୀ କହି ଫୋନ୍ ରେ ଏକ ଲକ୍ଷ୍ୟ ଟଙ୍କା ଲେଖାଁଏ ଦାବି କରିଥିଲା ଟଙ୍କା ନ ଦେଲେ ହତ୍ୟା ଧମକ ଦେଇଥିଲା । ଏଥିରେ ଭୟଭୀତ ହୋଇ ସରପଞ୍ଚ ମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଫିରିଙ୍ଗିଆ ଥାନା ରେ ଲିଖିତ ଏତଲା ଦେଇଥିଲେ। ଅନୁରୂପ ଭାବେ ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ସରପଞ୍ଚ ରୋହିତ କହଁର ଓ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର ଙ୍କୁ ହତ୍ୟା ଧମକ ଦେଇଥିଲା। ଏ ସଂପର୍କରେ ଗୋଛାପଡା ଥାନା ରେ ୧୬୦/୨୩ ଓ ୧୬୧/୨୩ ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା କହିଛନ୍ତି।ଫିରିଙ୍ଗିଆ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ରୁ ପୁଲିସ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଥିଲା। ଯୁବକ କୁ ଧରିବା ପାଇଁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୁଲିସ ଟିମ୍ ଗଠନ କରାଯାଇଥିଲା। ଟିମ୍ ର ମୁଖ୍ୟ ଦାୟିତ୍ଵ ରେ ଥିଲେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ। ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଫୋନ୍ ଟ୍ରାକ କରାଯାଇଥିଲା। ଅଭିଯୁକ୍ତ ଜଣକ ସମ୍ବଲପୁର, ବରଗଡ଼, ଭବାନୀପାଟଣା,ଥିବା ଜଣାପଡିଥିଲା। ଫିରିଙ୍ଗିଆ ପୁଲିସ ଏହି ସବୁ ସ୍ଥାନକୁ ଅତି ଗୋପନୀୟ ତା ରେ ବହୁବାର ପହଞ୍ଚି ଥିଲେବି ଅଭିଯୁକ୍ତ ଏତେ ଚାଲାଖ ଥିଲା ଯେ ତା’ର ଗତିବିଧି ଯାଣିବା କଷ୍ଟକର ହୋଇଥିଲା। କୌଣସି ପ୍ରକାରେ ତା’ର ଜଣେ ସହଯୋଗୀ କଟକ ଅଞ୍ଚଳରେ ରହୁ ଥିବା ପୁଲିସ ଯାଣିପାରିଥିଲା। ଚାଉଳିଆଗଞ୍ଜ ଥାନା ପୁଲିସ ଜଗତସିଂହପୁର ଅଞ୍ଚଳ ର ସହଯୋଗୀ କମଳାକାନ୍ତ ବାରିକ(ପିଣ୍ଟୁ) କୁ ଧରିଥିଲା ପିଣ୍ଟୁ ର ସହାୟତା ରେ ଚାଉଳିଆଗଞ୍ଜ ଥାନା ପୁଲିସ ଭବାନୀପାଟଣା ପହଞ୍ଚି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଜଣକ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ର ଦିଲିପ କୁମାର ଦାସ (ବାବୁ) ବୋଲି ଜଣାପଡିଛି। ସୁଚନା ମୁତାବକ ଦିଲିପ ଜଣେ ପେଷାଦାର ଅପରାଧୀ ହୋଇଥିବା ବେଳେ ଫିରିଙ୍ଗିଆ ରେ ଏହି ଘଟଣା ଘଟାଇବା ପାଇଁ ସେ ଭବାନୀପାଟଣା ରେ ଦୁଇ ମାସ ରହି ଫିରିଙ୍ଗିଆ ରେ ମାଓ ହିଂସାରେ ସୁମରବନ୍ଧ ସରପଞ୍ଚ ଙ୍କ ମୃତ୍ୟୁ ସମ୍ପର୍କରେ ଜାଣିପାରିଥିଲା। ଏବଂ ଗୁଗଲ ମାଧ୍ୟମରେ ସମସ୍ତ ସରପଞ୍ଚ ଙ୍କ ମୋମାଇଲ ନମ୍ବର ସଂଗ୍ରହ କରି ମାଓବାଦୀଙ୍କ ନାଁ ରେ ହତ୍ୟା ଧମକ ଦେଇଥିଲା। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ପୃଥକ୍ ପୃଥକ୍ ଭାବେ ୧୭୬/୧୭୭/୧୭୩/୨୩ ରେ ମାମଲା ରୁଜୁ କରିଛି । କୌଣସି ଗୁଜବ ଜାଣିଲେ ନଡରି ଥାନା କୁ ତୁରନ୍ତ ଜଣାଇବା ପାଇଁ କହିଛନ୍ତି ଏବଂ ଭୟଭୀତ ନହେବାକୁ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୁଚନା ଦେଇଛନ୍ତି।