Odisha news

ଗୋପରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ କାର୍ଯ୍ୟ ଆରମ୍ଭ

0

ଗୋପ,୧୨/୦୪ମହାମାରୀ କରୋନା ଭୂତାଣୁର ରକ୍ଷା ପାଇବା ନିମନ୍ତେ ଏବେ ଅଗ୍ନିଶମ ବିଭାଗ ତରଫରୁ ଗୋପରେ ସମସ୍ତ ସର୍ବସାଧାରଣ ସ୍ଥାନରେ କେମିକାଲ ମିଶ୍ରିତ ଜଳ ଛିଂଚାଯାଇ ବିଶୋଧନ କରାଯାଇଛି । ପ୍ରଥମେ ଗୋପ ତହସିଲ,ବ୍ଲକ,ପେଟ୍ରୋଲ ପମ୍ପ,ବଜାର ଏବଂ ରାସ୍ତା ଗୁଡିକ ବିଶୋଧନ କରାଯାଇଥିଲା । ପରେ ଗୋପ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେବା ନର୍ସିଂ ହୋମ୍ ଭଳି ଗୁରୁତର ସ୍ଥାନ ଗୁଡିକ ବିଶୋଧନ କରାଯାଇଥିଲା । ଗୋପ ଅଗ୍ନିଶମ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ୱରେ ସହ ଅଧିକାରୀ ସୁକାନ୍ତ କୁମାର ଜେନାଙ୍କ ସମେତ ଆଗ୍ନିକ ବିଶ୍ୱଜିତ ସାହୁ,ଚନ୍ଦ୍ରକାନ୍ତ ମହାପାତ୍ର, ବିକ୍ରମ ସାହୁ, ଦିପକ ନାୟକ, ସତ୍ୟ ନାରାୟଣ ସିଂ, ବଳରାମ ସେଠୀ, ପ୍ରସନ୍ନ ଦାସ ପ୍ରମୂଖ ସାମିଲ ଥିଲେ ।

Govt
Leave A Reply