ଗୋପ,୧୨/୦୪ମହାମାରୀ କରୋନା ବିପତିରୁ ରକ୍ଷା ପାଇବା ନିମନ୍ତେ ସମସ୍ତ ରାଜନେତାଙ୍କର ଦର୍ଶନ ମିଳୁନଥିବା ବେଳେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସଙ୍କ ଘନ ଘନ ଗସ୍ତ ସହିତ ଅଚାନକ ଗସ୍ତକୁ ନେଇ ଏବେ ପ୍ରଶାସନ ତାଜୁବ । ଗତ କାଲି ଓ ଆଜି ଛୁଟି ଥିବା ବେଳେ ବାରମ୍ବାର ମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସକ ମାନେ ଘରେ ନରହି ବାଧ୍ୟ ହୋଇ ଅଫିସକୁ ଆସିବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଜିଲ୍ଲା ରେ କୌଣସି ନେତାଙ୍କର ଏହି ବିପତି ସମୟରେ ଆନ୍ତରିକତା ଅଭାବ ହେଉ କିମ୍ବା ସରକାରଙ୍କ ନିୟମକୁ ମାନିବାକୁ ହେଉ ଘରେ ରହିବାକୁ ଉଚିତ୍ ମଣିଥିବା ବେଳେ ବାରମ୍ବାର ମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ସେମାନଙ୍କର ଭାବମୂର୍ତି ମଧ୍ୟ କ୍ଷୁର୍ଣ ହେବାରେ ଲାଗିଛି । ଏବେ ସେମାନେ ଏହି ଗସ୍ତକୁ ନେଇ ନିଜର ପତିଆରା ରଖିବା ଉଦେ୍ଦଶ୍ୟରେ ସରକାରଙ୍କ ନିୟମ ଯୋଗୁଁ ଆମେ ବାହାରକୁ ବାହାରୁ ନାହୁଁ ବୋଲି କହୁଥିବା ବେଳେ ପ୍ରଶାସକ ମାନେ ହିଁ ବର୍ତମାନ ରାଜ୍ୟର ଶାସନ ଭାର ଓଗାଳିଛନ୍ତି । ଆଜିର ଗସ୍ତ ସମୟରେ ମନ୍ତ୍ରୀ ବିଭିନ୍ନ ନିୟମକୁ ପାଳନ କରାଯାଉଛି କି ନାହିଁ ଉପସ୍ଥିତ ବିଡିଓ ଦିପ୍ତିରାଣୀ ଦାସ,ଗୋପ ଥାନାଧିକାରୀ ସୁଧିର କୁମାର ସାହୁ,ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାହୁ ଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ । ନିଜ ପ୍ରତିକ୍ରିୟାରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋର କର୍ତବ୍ୟ ଆଗ । ମୋର ସାଧାରଣ ଲୋକଙ୍କ ପ୍ରତି ଯେଉଁ ଦାୟିତ୍ୱ ଅଛି ତାହା ମୁଁ ସରକାରଙ୍କ ନିୟମ ପରିସର ଭିତରେ ରହି କାର୍ଯ୍ୟ କରୁଛି । ଏହି ବିପତି ସମୟରେ ଯେଉଁ ପ୍ରଶାସକ ମାନେ ନିଜ ପରିବାର ଓ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଚାଲିଛନ୍ତି ସେମାନଙ୍କ ନିମନ୍ତେ ଦଶ ମିନିଟ୍ ଦେଲେ ନିଶ୍ଚିତ ଭାବେ ସେମାନଙ୍କର ମନୋବଳ ବଢିବ ତାହା ନୁହେଁ ଲକଡାଉନ୍ ସମୟରେ ସେମାନେ ନେଗେଟିଭ୍ ଚିନ୍ତାଧାରା ରୁ ମଧ୍ୟ ବର୍ତିଯିବେ ।