Odisha news

କୃଷି ବିଭାଗର ଖରିଫ ୨୦ ନିର୍ଦ୍ଧାରଣ ବୈଠକ

0

ରାୟଗଡା,୨୮ ।୫(Rabindra patkhandal)-ସ୍ଥାନୀୟ ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ମିଶନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଖରିଫ-୨୦ ପାଇଁ ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଗୁଣପୁର ଓ ମୁନିଗୁଡା କୃଷି ଅଧିକାରୀ, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ମିଶନ ସୁଶାନ୍ତ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ, ଉଦ୍ୟାନ କୃଷି ଉପ-ନିର୍ଦେଶକ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ମଧ୍ୟମ ଜଳ ସେଚନ ବିଭାଜନ, ଜିଲ୍ଲା ପ୍ରବନ୍ଧକ କୃଷି ଶିଳ୍ପ ନିଗମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ, କୃଷି ବଜ୍ଞାନିକ, ରାଷ୍ଟ୍ରିୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର, ଲିଡ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ରାୟଗଡା ପ୍ରମୁଖ ବୈଠକରେ ଯୋଗଦାନ କରିଥିଲେ । ଅନୁଷ୍ଠିତ ହୋଇଥିବା ବୈଠକରେ ୨୦୧୯-୨୦ ବର୍ଷ ପାଇଁ ନୀତି ନିର୍ଦ୍ଧାରଣ ବିବରଣୀ ପାଠ ପ୍ରଦାନ ପରେ ଖରିଫ ଋତୁ ଫସଲ କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଥିଲା ।

ଜଳସେଚନ, ସାର, ବିହନ, ରୋଗପୋକ ନିୟନ୍ତ୍ରଣ କୌଶଳ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ତଥା ପରମ୍ପରାଗତ ଭାବେ ହେଉଥିବା କୃଷି ଯୋଜନା, ମିଲେଟ ମିଶନ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ରାଷ୍ଟି୍ରୟ କୃଷି ବିକାଶ ଯୋଜନା, ଜଳନିଧି /ସୌରଜଳନିଧି, ମୃତିକା ପରୀକ୍ଷା, ଫାର୍ମ ପୋକରୀ ଆଦି ବିଷୟ ଗୁଡିକ ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏଥି ସହ ଆତ୍ମା ରାୟଗଡାର ଗଭର୍ନିଂ ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା । ଫେରୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ କର୍ମସଂସ୍ଥାନ ପାଇଁ କୃଷି କ୍ଷେତ୍ରକୁ ଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ । ମୃତିକା ପରୀକ୍ଷଣ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

Nalco

Leave A Reply