Odisha news

ଅତଡା ଖସି ଜଣେ ମହିଳା ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର

0

ରାୟଗଡା,୨୮ ।୫(Rabindra patkhandal)-ରାୟଗଡା ସହରସ୍ଥିତ ଆମ୍ବାଗୁଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାଟି ଅତଡା ଖସି ଜଣେ ଶ୍ରମିକ ଅତଡା ମଧ୍ୟରେ ଫସି ମୃତ୍ୟୁବରଣ କରିଥିଲେ । ସୂଚନା ମୁତାବକ ଆମ୍ବାଗୁଡା ଠାରେ ଥିବା ଏକ ଗୁମ୍ଫା ଭିତରୁ ମାଟି ଖୋଳୁ ଥିବା ବେଳେ ହଠାତ୍ ମାଟି ଅତଡା ଖସି ୨ ଜଣ ମହିଳା ଡମୁଣି କାଶୀ, ଲଳିତା କାଶୀ ଗୁରୁତର ହୋଇଥିଲେ ।

ଗ୍ରାମବାସୀ ତୁରନ୍ତ ଗୁରୁତର ମହିଳା ମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଘଟଣା ସ୍ଥଳରେ ହିଁ ଡମୁଣି କାଶିର ମୃତ୍ୟୁ ହୋଇଥିବା ସୂଚନା ଥିବା ବେଳେ ଲଳିତା କାଶୀ ସ୍ଥିତି ସଙ୍କଟାପନ୍ନ ଥିବା ଜଣାପଡିଛି । ଉଭୟ ମହିଳା କୁମ୍ଭକାର ବା କୁମ୍ଭାର ସଂପ୍ରଦାୟ ହୋଇଥିବା ବେଳେ ମାଟିର ପାତ୍ର ନିର୍ମାଣ କରିବା ନିମନ୍ତେ ମାଟି ଆଣିବା ପାଇଁ ଯାଇଥିଲେ ବୋଲି ଡମୁଣିଙ୍କ ସ୍ୱାମୀ ପ୍ରକାଶ କରିଥିଲେ ।

ତେବେ ଯେଉଁ ସ୍ଥାନକୁ ମହିଳା ମାନେ ମାଟି ଆଣିବା ପାଇଁ ଯାଇଥିଲେ ସେଠାରୁ ବହୁ ବର୍ଷ ପର୍ବେ ଫେରମାଙ୍ଗାନିଜ କଂପାନୀ ଚାଲୁଥିଲା । ବର୍ତମାନ ସୁଦ୍ଧା ସେଠାରୁ କିଛି ପରିମାଣରେ ଲୁହା ଅଂଶ ମିଳୁଥିବାରୁ ଗରୀବ ଶ୍ରେଣୀର ଲୋକେ ନିଜ ଜୀବନକୁ ବାଜି ଲଗାଇ ସେଠାରୁ ଅଦରକାରୀ ଲୁହାପଥର ବାହାର କରୁଥିବା ସୂଚନା ରହିଛି । ପ୍ରତିଦିନ ଆଖ ପାଖ ଅଂଚଳର ଗରୀବ ଲୋକେ ଉକ୍ତ ଅଂଚଳକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ବେଆଇନ ଭାବେ ଲୁହାପଥର ଖନନ କରୁଥିବାରୁ ଉକ୍ତ ଅଂଚଳକୁ ନିଷିଦ୍ଧାଚଂଳ ଘୋଷଣା କରିବା ପାଇଁ ସାଧାରଣ ଦାବୀ ହୋଉଛି ।

Leave A Reply

Your email address will not be published.