ବାଲିଗୁଡ଼ା,ତା, ୨୪/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିନୀତି ରେ ଆରମ୍ଭ ହୋଇ ବୁଧବାର ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ରେ ଦମଦେଇ ଓ ଆପ୍ରା ନଦୀ ର ସଙ୍ଗମ ସ୍ଥଳ ରୁ କଳସ ରେ ପଵିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ, ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ତଥା ମଙ୍ଗଳବାର ଦିନ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ରତ୍ନମୁଦ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଥା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇ ବୁଧବାର ଦିନ ଯମୁନା ଯାତ୍ରା, ମାଁ ଙ୍କ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତିଦିନ ଆଖ ପାଖ ଅଞ୍ଚଳ ରୁ ଶତାଧିକ ଭକ୍ତ ଓ ଜନସାଧାରଣ ଙ୍କ ସମାଗମ ହୋଇଥିଲା l ତିନି ଦିନ ଧରି ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ପୂଜକ ଭାବେ ପ୍ରମୋଦ କୁମାର ମହାପାତ୍ର, ଜଗତସିଂପୁର ର ଜଗନ୍ନାଥ ପଣ୍ଡା, ଯାଜପୁରର ପ୍ରକାଶ ପଣ୍ତା କାର୍ଯ୍ୟ ରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବରେ ସୁରେଶ ପଣ୍ତା ଓ ଧର୍ମ ପତ୍ନି ମଧୁ ଲିକା ପଣ୍ତା ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ ।
