ଭୁବନେଶ୍ୱର, ୧୧ ଅଗଷ୍ଟ, ୨୦୨୬: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଅଭିମୁଖେ ବଢ଼ିଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ଚର୍ଲାପଲ୍ଲୀ ମଧ୍ୟରେ ଏକ ସ୍ପେଶାଲ୍ ଏକ୍ସପ୍ରେସ୍ ପରିଚାଳନା କରାଯିବ।
ଟ୍ରେନ୍ ନଂ ୦୮୩୦୯ ସମ୍ବଲପୁର–ଚର୍ଲାପଲ୍ଲୀ ସ୍ପେଶାଲ୍ ଏକ୍ସପ୍ରେସ୍ ୧୪ ଅଗଷ୍ଟ ୨୦୨୬ (ଶୁକ୍ରବାର) ୧୧:୪୫ ଘଣ୍ଟାରେ ସମ୍ବଲପୁରରୁ ଯାତ୍ରା ଆରମ୍ଭ କରି ୧୫ ଅଗଷ୍ଟ ୨୦୨୬ ଶନିବାର ଦିନ ୧୧:୩୦ ଘଣ୍ଟାରେ ଚର୍ଲାପଲ୍ଲୀରେ ପହଞ୍ଚିବ। ଏହି ସ୍ପେଶାଲ୍ ଟ୍ରେନ ବରଗଡ ରୋଡ୍, ବଲାଙ୍ଗୀର, ଟିଟଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍ ଟାଉନ୍, ବବିଲି, ବିଜୟନଗରମ୍, କୋଟାଭାଲାସା, ପେଣ୍ଡୁରଟି, ସିମ୍ହାଚଲମ ଉତ୍ତର, ଦୁଭାଡା, ସାମଲକୋଟ, ରାଜମହେନ୍ଦ୍ରୀ, ବିଜୟୱାଡା ଜଙ୍କସନ, ଗୁଣ୍ଟୁର, ମିରାୟଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି କରିବ, ଯାହା ଏହି ସମସ୍ତ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସୁବିଧାଜନକ ସଂଯୋଗ ପ୍ରଦାନ କରିବ।
ଏହି ସ୍ପେଶାଲ୍ ଟ୍ରେନରେ ମୋଟ ୨୧ ଟି ବଗି ରହିବ। ସେଥିମଧ୍ୟରେ ୧୨ଟି ସ୍ଲିପର୍ ଶ୍ରେଣୀ ବଗି, ୬ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ବଗି, ୧ଟି ଦ୍ୱିତୀୟ ଏସି ବଗି ଏବଂ ୨ଟି ଲଗେଜ୍ -ସହ -ଦିବ୍ୟାଙ୍ଗ ଅନୁକୂଳ କୋଚ୍ ସାମିଲ ରହିବ, ଯାହା ବିଭିନ୍ନ ଶ୍ରେଣୀର ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଆସନ ବ୍ୟବସ୍ଥା ସୁନିଶ୍ଚିତ କରିବ।
ଯାତ୍ରୀମାନଙ୍କୁ ସମୟସୂଚୀ ପ୍ରତି ଧ୍ୟାନ ଦେବାକୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।
