Odisha news

କରୋନା ସେନା ସାଜିଛନ୍ତି କେନ୍ଦ୍ରୀୟ ସୁରକ୍ଷା ସେନା ସନ୍ତୋଷ ଜେନା

0

ବୁଗୁଡ଼ା ୨୮/୫ କରୋନା ଦୁର୍ଦ୍ଧଷା ବେଳେ ବିଭିନ୍ନ ଯୋଦ୍ଧାଙ୍କ ନାମ ଆମେ ଜାଣୁଛେ। ହେଲେ ବୃତ୍ତିରେ ପ୍ରକୃତ ସେନା ହୋଇ ପେଷା ପ୍ରବୃତ୍ତିରେ ଏହି ଦୁର୍ଦ୍ଦିନ ବେଳରେ ସେନା ନାମକୁ ସାର୍ଥକ କରି ଲୋକଙ୍କୁ ଓ ପଶୁ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ବ ନେଇ ସେବା କରୁଛନ୍ତି ସନ୍ତୋଷ କୁମାର ଜେନା, ବୁଗୁଡ଼ା ବ୍ଲକ୍ ତାଳସାକାର ଗ୍ରାମର ବିଜୟ ଜେନାଙ୍କ ସୁଯୋଗ୍ୟ ସନ୍ତାନ ସନ୍ତୋଷ (୩୬) ସ୍ଥାନୀୟ ଗରିବ ଜନ ସାଧାରଣ ଓ ପଶୁପକ୍ଷୀ ଙ୍କ ଏକ ସମ୍ବଳ ରୂପେ କାର୍ଯ୍ୟ କରି ଘର ଘର ବୁଲି ଗରିବଙ୍କୁ ମୁକ୍ତ ଭାବେ ପନିପରିବା ଯୋଗାଇଦେବା ସଙ୍ଗେ ସଙ୍ଗେ ସମସ୍ତ ପଶୁପକ୍ଷୀଙ୍କୁ କୁଣ୍ଡା, ଭୁକ୍ତା ଏବଂ ଶୁଖିଲା ଖାଦ୍ୟ ଆଦି ଯୋଗାଇ ଚାଲିଛନ୍ତି।

ଗତ ୨୦୦୭ ମସିହା ଠାରୁ ଶ୍ରୀ ଜେନା ଏଭଳି ଜନ ସେବାରେ ବ୍ରତୀ ହୋଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଉଜ୍ଜଳିକରଣ ଓ ଅନ୍ୟାନ୍ୟ ସେବା ଦାନ ମଧ୍ଯ କରିଆସୁଛନ୍ତି। ଜଣେ  ପରପକାରୀ ତଥା ଅନସୂଚୀତଜାତି ବର୍ଗଙ୍କ ନିମନ୍ତେ ଏହାକି ଦରଦ ଭାବ ବେଶ୍ ପ୍ରଶଂଶନୀୟ ଅଟେ। ସଂପ୍ରତି ସେ ହାଇଦ୍ରାବାଦ ଠାରେ କାର୍ଯ୍ୟରତ ଅଛନ୍ତି। ତାହାଙ୍କ ଏତାଦୃଶ୍ୟ ସେବା ପାଇଁ ସବୁ ସ୍ତରରୁ ପ୍ରଶଂସାର ସୁଅ ଛୁଟୁଛି।

Har Ghar Tiranga

Leave A Reply