ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଚଂଳରେ ଦିନକୁ ଦିନ ବଣୁଆଁ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବଣୁଆଁ ହାତୀଙ୍କ ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ବହୁମୂଲ୍ୟବାନ ଚାଷ ନଷ୍ଟ ହୋଇଯାଉ ଥିବାରୁ ଗ୍ରାମବାସୀ ମାନେ ଚିନ୍ତାରେ ପଡିଗଲେଣି । ଏହି ବଣୁଆଁ ହାତୀଙ୍କୁ ଘଉଡାଇବାରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ମଧ୍ୟ ନାକେଦମ ହୋଇପଡିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ୧୧ଟି ହାତୀ ଖିଣ୍ଡା ପଚାଂୟତର ଖିଣ୍ଡା ଗାଁରେ ପଶି ଗ୍ରାମର ମହେନ୍ଦ୍ର ପ୍ରଧାନ, ଅକ୍ଷୟ ପ୍ରଧାନ, ଓ ରୁମାନାଥ ସାହୁଙ୍କ ଚାଷ ଜମିର ତାରବାଡ ଭାଙ୍ଗି ୮ଟି କଲମୀ ଆମ୍ବ ଗଛ ଓ କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରିଦେଇଥିଲେ । ଏହା ଦେଖି ଗ୍ରାମବାସୀ ମାନେ ଆତଙ୍କିତ ହୋଇ ହାତୀ ଘଉଡାଇବା ପାଇଁ ହୋହାଲ୍ଲା କରିଥିଲେ ମଧ୍ୟ ହାତୀ ସେଠାରୁ ଚାଲିଯିବା ପରିବର୍ତେ ଗାଁ ମଧ୍ୟକୁ ପଶି ଆସିଥିଲେ ।
ଫଳରେ ଗ୍ରାମବାସୀ ମାନେ ଜୀବନ ବିକଳରେ ଘର ଛାଡି ଦୋ÷ଡିଥିଲେ । ଏବଂ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଚିଂ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । ଦୀର୍ଘ ସମୟ ପରେ ୧୧ଟି ଯାକ ହାତୀ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ତେବେ ଶନିବାର ଦିନବେଳେ ହିନେ୍ଦାଳ ଆଡୁ ୪ଟି ଛୁଆ ହାତୀ, ୫ଟି ମାଈହାତୀ ଓ ୨ଟି ଦନ୍ତା ହାତୀ କମ୍ପାଟମେଟଂ ୫ରେ ଥିବା ବେଳେ ସେମାନଙ୍କୁ ରାତି ୯ଟା ସମୟରେ ବନ ବିଭାଗ କର୍ମଚାରୀ ମାନେ କମ୍ପାଟମେଟଂ ୮କୁ ଘଉଡାଇଥିଲେ । କିନ୍ତୁ ପରବର୍ତି ସମୟରେ ପୁଣି ହାତୀପଲ ବାହାରି ଗ୍ରାମାଭିମୁଖୀ ହୋଇଥିଲେ । ରବିବାର ସକାଳେ ଫରେଷ୍ଟର ହରେକୃଷ୍ଣ ଦେହୁରୀ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରିଥିବା ଜଣାଯାଇଛି । ଏଠାରେ ଉଲ୍ଲ୍ଖେ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବନ୍ତଳା ବନାଚଂଳର ମଧୁପୁର ଓ ବଲଙ୍ଗ ଅଚଂଳରେ ହାତୀ ମାନେ ବହୁ ଚାଷୀଙ୍କର ଚାଷ ଜମିରେ ପଶି ଆମ୍ବ, ପଣସ, ବିଲାତି ବାଇଗଣ , ଲଙ୍କା ଆଦି ନଷ୍ଟ କରିଥିବା ଜଣାଯାଇଛି ।