Odisha news

୧୦ଫୁଟର ଅଜଗର ସାପ ଉଦ୍ଧାର

0

ବନ୍ତଳା: ଅନୁଗୁଳ ରେଜଂରୁ ୧୦ଫୁଟର ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଥିବା ଜଣାଯାଇଛି । ରବିବାର ସକାଳେ ପୁରୁଣାଗଡ଼ ବିଟ ହାଉସ ନିକଟସ୍ଥ ଭଣ୍ଡାରୁଣୀ ପୋଲ ପାଖରେ ବାର୍ହା ଶିକାର ପାଇଁ ବସାଯାଇଥିବା ଫାଶରେ ଏକ ଅଜଗର ସାପ ପଡିଯାଇଥିଲା । ଖବର ପାଇ ପୁରୁଣାଗଡ଼ ଫରେଷ୍ଟର ମିଲନ ସେଠୀ ଗାର୍ଡ ଦୁଃଶାସନ ସାହୁ, ବାବୁ ଖଟୁଆ ଓ ନରୋତମ ପ୍ରଧାନ ପ୍ରମୁଖ ସେଠାରେ ପହଁଚିଂ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ବନ ବିଭାଗ କଳାପାଟ ଜଙ୍ଗଲରେ ଛାଡିଦେଇଥିବା ଜଣାଯାଇଛି ।

Leave A Reply