Odisha news

ଚାଷୀ ଓ ହାତୀ ଲଢ଼େଇ : ଶୋଇଛି ବନ ବିଭାଗ

0

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଚଂଳ ରେ ଦିନକୁ ଦିନ ହାତୀ ଆକ୍ରମଣ, ଫସଲ ନଷ୍ଟ ବଢ଼ିବାରେ ଲାଗିଛି । କେତେବେଳେ ହାତୀ ନେଉଛି ମଣିଷ ଜୀବନ ତ କେବେ ମଣିଷ ରୋଜଗାର କରିବା ପାଇଁ ଲଗାଇଥିବା ଫସଲ ଉଜାଡି ସର୍ବହରା କରି ଦେଉଛି ହାତୀ । ଗୋଟିଏ ପଟେ କରୋନା ମହାମାରୀ ର ଆତଙ୍କରେ ସରକାର କରିଥିିବା ଲକ୍ ଡାଉନ୍ ଯୋଗୁଁ ଚାଷୀ କରିଥିବା ଫସଲକୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପରିବର୍ତନ ହୋଇଛି ଦୁନିଆ ।

ଅଗ୍ରଗତି ରେ ବଢ଼ିଥିବା ମଣିଷ ଆଜି କରୋନା ମହାମାରୀ ପ୍ରଭାବରେ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଜନ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଲୋକମାନେ ଜଙ୍ଗଲ କାଟି ପରିବେଶ ନଷ୍ଟ କରିବା ସହ ନିଜର ମୃତ୍ୟୁକୁ ସତେ ଯେମିତି ଆମନ୍ତ୍ରଣ କରୁଛନ୍ତି । ପରିବେଶ ସନ୍ତୁଳନ ରହୁଥିବାରୁ ଜଙ୍ଗଲ ରେ ଥିବା ପଶୁ ଜନ୍ତୁ ଏବେ ଗ୍ରାମାଭିମୁଖୀ ହେଉଛନ୍ତି । କିଛି ଅସାଧୁ ସମ୍ପ୍ରଦାୟର ଲୋକ ଓ ବନ ବିଭାଗର କର୍ମଚାରୀ ମାନେ ମିଳିମିଶି ଜଙ୍ଗଲ କାଯି ମାଲାମାଲ ହେଉଛନ୍ତି । ଯାହା ଫଳରେ ଜଙ୍ଗଲରେ ରହୁଥିବା ହାତୀ ମାନେ ଖାଦ୍ୟ ନ ପାଇ ଏବେ ଜନବସତି ମୁହାଁ ହେଉଥିବା ଦେଖାଯାଉଛି ।

ମଣିଷ କରୁଥିବା ଚାଷ ବିଲାତି ବାଇଗଣ, ଆମ୍ବ, ପଣସ, ଧାନ, ମୁଗବିରି, ଆଖୁର ସ୍ୱାଦ ହାତୀ ଜାଣିପାରି ଜନବସତି ମୁହାଁ ହେଉଥିବା କିଛି ବନ ବିଭାଗ କର୍ମୀ ମାନେ କହୁଛନ୍ତି । ମଣିଷ ଉପରେ ଦୋଷ ଲଦି ଦେଇ ପାର ହେବା ପାଇଁ ବସିଛି ବନ ବିଭାଗ । ହାତୀ ଘଉଡାଇବା ପାଇଁ ବନ ବିଭାଗ ବ୍ୟବହାର କରୁଥିବା ବାଣର ଶଦ୍ଦରେ ବିଚଳିତ ହୋଇ ଏଣେ ତେଣେ ପଳାଇ ଯାଉଛନ୍ତି । ହାତୀ କିମ୍ବା ଅନ୍ୟ ଜନ୍ତୁ ଜଙ୍ଗଲରୁ ବାହାରକୁ ନ ଯାଇ ପାରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚରେ ସୋ÷ର ବିଦ୍ୟୁତ୍ ତାର ବିଛାଯାଇଥିଲା । କିନ୍ତୁ ସେହି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିବା ଜୀବଜନ୍ତୁ ମାନେ ଆଉ ଜଙ୍ଗଲ ମଧ୍ୟକୁ ଯିବାକୁ ଚାହୁଁ ନଥିବା କିଛି ପରିବେଶ ବିତ ମାନେ ମତ ପ୍ରକାଶ କକରିଛନ୍ତି । ହାତୀର ଗତିପଥକୁ ନଜର ରଖାଯିବା ନେଇ ଗଜବନ୍ଧୁ ଯୋଜନାରେ କର୍ମଚାରୀ ନିଯୁକ୍ତ କରାଯାଇଛି । ତେବେ ଜଙ୍ଗଲୀ ହାତୀ ଜନବସତି ମୁହାଁ ହେଉଥିବା ବେଳେ ଲୋକ ମାନଙ୍କୁ କାହିଁକି ଜଣା ଯାଉନାହିଁ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି । ତେବେ କଣ ଗଜବନ୍ଧୁ ଯୋଜନା ଫେଲ ମାରିଛି ।

ବନ ବିଭାଗର ପେଟ୍ରୋଲିଂ ସଠିକ୍ ଭାବରେ ହେଉ ନଥିବା ଅଭିଯୋଗ ମଧ୍ୟ ହେଉଛି । ସରକାର ଚାଷୀ କ୍ଷତି ଆକାରରେ ଧାନ, ମୁଗ, ବିରି ଆଦି ନଷ୍ଟ ହେଲେ କ୍ଷତିପୂରଣ ବାବଦରେ ଏକର ପ୍ରତି ୧୦,୦୦୦/- ଟଙ୍କା ଓ ଅର୍ଥକାରୀ ଫସଲ କ୍ଷତିପୂରଣ ବାବଦକୁ ଏକର ପିଛା ୧୨,୦୦୦/- ଟଙ୍କା ଦେଉଛନ୍ତି । ଯାହା ସମୁଦ୍ରକୁ ଶଙ୍ଖେ । ଚାଷୀ ଗୋଟେ ଏକର ଜମିରେ ଟମାଟୋ, ବାଇଗଣ ଚାଷକରି ଲକ୍ଷ ଲକ୍ଷ ରୋଜଗାର କରୁଥିବା ବେଳେ ହାତୀ ତାହା ନଷ୍ଟ କଲେ ମାତ୍ର କିଛି ଟଙ୍କା ଦେଇ ସନ୍ତୁଷ୍ଟ କରାଯାଉଛି । ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଚାଷୀ । ସୂଚନା ଥାଉକି ଗତ ଏକ ମାସ ମଧ୍ୟରେ ବନ୍ତଳା ବନାଚଂଳ ର ବଲଙ୍ଗ, ମଧୁପୁର, ନନ୍ଦପୁର, ମାଧପୁର, ବାରଗଣିଆ, ମହିଧରପଡା, କଂଜା, ଏମିତି ଅନେକ ଗାଁ ମାନଙ୍କରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ବନ ବିଭାଗ କାଗଜ କଲମରେ ଲୋକଙ୍କ ଦରଖାସ୍ତ ରଖିଥିବା ଅଭିଯୋଗ ହେଉଛି । ତେବେ ଚାଷୀ ଓ ହାତୀ ଲଢ଼େଇ ରେ କ୍ଷତି ସହୁଛି ଚାଷୀ ।

Leave A Reply