Odisha news

ମୁହଁରେ ୩୦ କେଜିର ଟୁ୍ୟମର୍‌

0

ଇଣ୍ଡୋନେସିଆ : ଇଣ୍ଡୋନେସିଆର ୩୪ ବର୍ଷୀୟ ଆନ୍ଦି୍ରଏଦି ପୁତରା ଟୁ୍ୟମର୍‌ରେ ପୀଡ଼ିତ । ଅର୍ଥାଭାବରୁ ଚିକିତ୍ସା ପାଇଁ ସେ ଅସମର୍ଥ । ତାଙ୍କ ଡାହଣ ଗାଲରୁ ଝୁଲି ରହିଛି ୩୦ କିଲୋ ଓଜନର ଟୁ୍ୟମର୍‌। ଡାକ୍ତରଙ୍କ ମତରେ ଜନ୍ମରୁ ସେ ନୁ୍ୟରୋ ଫାଇବ୍ରୋ ମେଟୋ ସିସ୍‌ରେ ପୀଡ଼ିତ ଯାହା ଏକ ଦୁର୍ଲଭ ରୋଗ । ଏହି ରୋଗ ଯୋଗୁ ଆନ୍ଦ୍ରିଏଦିଙ୍କ ପାଇଁ ଚଲାବୁଲା କରିବା ବି କଷ୍ଟକର ହୋଇପଡ଼ିଛି । ଗତ ଦୁଇବର୍ଷରେ ଟୁ୍ୟମର୍‌ ଆହୁରି ବଡ଼ ହୋଇଯାଇଛି । ଜନ୍ମ ସମୟରେ ତାଙ୍କ ମୁହଁରେ ଏ ଟୁ୍ୟମର୍‌ ଏକ ଦାନା ସଦୃଶ ଥିଲା । ପରିବାର ଲୋକେ ଏହାକୁ ବଥ ବୋଲି ଭାବି ଚୁପ୍‌ ରହିଲେ ।

Leave A Reply

Your email address will not be published.