କରୋନାକୁ ହରାଇବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ମଦର୍ ଡାଏରି କମ୍ପାନି ‘ହଳଦୀ କ୍ଷୀର’ ଲଞ୍ଚ୍ କରିଛି । ଆୟୁଷ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ସବୁ ନିୟମକୁ ଧ୍ୟାନରେ ରଖି ହଳଦୀ କ୍ଷୀର ପ୍ରସ୍ତୁତ କରିଛି କମ୍ପାନି । କରୋନା କାଳରେ ସାଧାରଣ କ୍ଷୀର ତୁଳନାରେ ହଳଦୀ କ୍ଷୀର ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ବୋଲି କମ୍ପାନି କହିଛି । କ୍ଷୀର ବୋତଲେ ଥିବା ଏକ ଚାମଚ ହଳଦୀର ଉପକାରିତା ଲୋକଙ୍କୁ ନିହାତି ମିଳିବ । ପିଲାଙ୍କୁ ଯେମିତି ଭଲ ଲାଗିବ ସେଥିଲାଗି ଏଥିରେ ବଟର୍ସ୍କ୍ରଚ୍ ଫ୍ଲେଭର୍ ଦିଆଯାଇଛି ।