ଜାପାନ : ସକାଳ ସ୍ନାନ ବ୍ୟତୀତ କେତେକ ଲୋକ ରାତିରେ ଶୋଇବା ପୂର୍ବରୁ ଗୋଧୋଇ ଥାନ୍ତି । ଏହା ଦ୍ୱାରା ଭଲ ନିଦ ହୁଏ । ଶୀତପ୍ରଧାନ ୟୁରୋପୀୟ ଦେଶର ଅଧିବାସୀ ପ୍ରାୟ ଗାଧାନ୍ତି ନାହିଁ । ସେମାନଙ୍କ ପାଇଁ ଗାଧୋଇବାଟା ଏ କ ପ ୍ର କ । ର ବ ି ଳ । ସ । ଜାପାନବାସୀ କିନ୍ତୁ ପ୍ରତିଦିନ କେବଳ ସନ୍ଧ୍ୟାରେ ସ୍ନାନ କରନ୍ତି । ଏ ନିତ୍ୟକର୍ମ ପାଇଁ ସେମାନଙ୍କ ପାଖରେ ସକାଳେ ସମୟ ନ ଥାଏ । ଜାପାନ ଭଳି ଆଉ କେତେକ ଦେଶରେ ସକାଳେ ଗାଧୋଇବା ପରମ୍ପରା ନାହିଁ । ଊନବିଂଶ ଶତାବ୍ଦୀରେ ଜାପାନୀମାନଙ୍କ ଘରେ ପାଣି ଗରମ କରିବା ବ୍ୟବସ୍ଥା ନ ଥିଲା । ଏପରିକି ଘରେ ଜଳ ଯୋଗାଣ ସୁବିଧା ମଧ୍ୟ ନ ଥିଲା । ସେଥିପାଇଁ ଅନେକଙ୍କୁ ଗାଧୋଇବା ପାଇଁ ପୂର୍ବରୁ ପାଣି ଗରମ କରି ରଖିବାକୁ ପଡୁଥିଲା । ଏ କାମ ଅଧିକ ସମୟ ଲାଗୁଥିବାରୁ ସେମାନେ ସନ୍ଧ୍ୟାରେ ଗାଧୋଇଲେ ଯାହା ପରବର୍ତ୍ତୀ ସମୟରେ ଅଭ୍ୟାସରେ ପରିଣତ ହେଲା । ଜାପାନୀମାନେ କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତୀ । ସେମାନେ ୧୪ ଘଣ୍ଟା କାମ କରନ୍ତି । ଅଫିସ୍ରେ କିଛି ମିନିଟ୍ ବିଳମ୍ବରେ ପହଞ୍ଚିଲେ କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ସେଥିପାଇଁ ଜାପାନବାସୀଙ୍କୁ ସକାଳେ ଗାଧୋଇବା ପାଇଁ ସମୟ ମିଳେନା । ଗାଧୋଇବା ସମୟରେ ଅନେକ ଷ୍ଟେପ୍ ଫଲୋ କରନ୍ତି । ସାବୁନ୍କୁ ପାଣିରେ ବତୁରାନ୍ତି, ବିଭନ୍ନ ଜଡ଼ିବୁଡି ଓ ଗ୍ରୀନ୍-ଟି ପାଣିରେ ମିଶାନ୍ତି । ଅତିବେଶୀରେ ୪୦ ଡିଗ୍ରୀ ସେଲିସୟସ୍ ପର୍ଯ୍ୟନ୍ତ ପାଣି ଗରମ କରାଯାଏ । ଖରା ଦିନେ ଅଧିକ ଗରମ ହେଉଥିବାରୁ ରାତିରେ ଶାନ୍ତି ଅନୁଭବ ପାଇଁ
ସେମାନେ ଗାଧୋଇ ଶୁଅନ୍ତି । ଶୀତ ଦିନେ ହଟ୍ ବାଥ୍ ନିଅନ୍ତି ।
Prev Post
Next Post