ପାଲଲହଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଓ ଜିଲ୍ଲାର ବିକାଶ କରିବା ସହ ଆମର କଳା, ଧର୍ମ, ସଂସ୍କୃତି ଓ ପରମ୍ପାରାକୁ ମଧ୍ୟ ଦେଶ ଓ ବିଶ୍ୱରେ ପରିଚିତ କରକିବା ପାଇଁ ଅନନ୍ୟ ପଦକ୍ଷେପ ନେଇଛନ୍ତି । ଅନୁଗୁଳ ଜିଲ୍ଲାର ପାଳଲହଡା ଗଡ଼ଜାତ ଅଚଂଳରୁ ଆରମ୍ଭ ହୋଇଥିବା ରାବଣ ଛାୟା ନୃତ୍ୟକୁ କେନ୍ଦ୍ରୀୟ ସଂସ୍କୃତି ତାଲିକାରେ ସାମିଲ କରି ପ୍ରଧାନମନ୍ତ୍ରୀ ଦେଶରେ ଓ ଦେଶ ବାହାରେ ପାଲଲହଡାର ସମ୍ମାନ ବଢ଼ାଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଅବସରରେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପାଲଲହଡା ବିଧାନସଭା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ବିଗତ ୬ ବର୍ଷରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରି ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ହିଁ ଅନୁଗୁଳ ଜିଲ୍ଲାକୁ କ୍ରମାଗତ ଭାବରେ ରେଳବାଇ କ୍ଷେତ୍ରରେ ଅଧିକ ଅର୍ଥ ମିଳିଛି । ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ଓ ତାଳଚେର-ବିମଳାଗଡ଼ ଭଳି ରେଳ ପ୍ରକଳ୍ପର କାମକୁ ପ୍ରାଧାନ୍ୟ ଦିଆଯାଇଛି । ପୂର୍ବ ଭାରତକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଅମଳରେ ରାଜ୍ୟରେ ଜାତୀୟ ରାଜପଥ, ବିମାନସେବା ପାଇଁ ଏୟାରପୋର୍ଟ, ରେଳର କାମ ହୋଇଥିବା ବେଳେ ତାଳଚେର ସାରକାରଖାନାକୁ ଶିଘ୍ର କାର୍ଯ୍ୟକ୍ଷମ କରାଯିବା ନେଇ ବ୍ୟବସ୍ଥା କରାଯାଉଛି ତଥା ଅନ୍ୟାନ୍ୟ ଆନୁଷଙ୍ଗୀକ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଘୋଷଣା କରି ଗରିବ, ମହିଳା, ଚାଷୀ, ଯୁବକ, ଦିବ୍ୟାଙ୍ଗକୁ ଆର୍ଥିକ ଆଧାରରେ ସ୍ୱାବଲମ୍ବୀ କରିଛନ୍ତି । ଉଭୟ ଜୀବନ ଓ ଜୀବିକାକୁ ଧ୍ୟାନ ଦେଇ ଭାରତକୁ ବିଶ୍ୱରେ ଏକ ମଡେଲ ଭାବରେ ପ୍ରତିଷ୍ଠା କରକିପାରିଛନ୍ତି । ତାଙ୍କ ନେତୃତ୍ୱରେ ଦେଶର ସୀମା ଆଜି ସୁରକ୍ଷିତ ହୋଇଛି । ଗରିବ ଓ ଦେଶବାସୀଙ୍କ ପାଇଁ କରୋନା ଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି ।
୩ ମାସ ପାଇଁ ମାଗଣାରେ ବ୍ୟକ୍ତି ପିଛା ମାସିକ ୫ କେ.ଜି ଚାଉଳ, ପରିବାର ପିଛା ୧ କେ.ଜି ଡାଲି, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନରେ ମହିଳାଙ୍କୁ ଟଙ୍କା, କୃଷକ ସମ୍ମାନ ନିଧିରେ ମାସକୁ ୨ ହଜାର ଟଙ୍କା ସମେତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କୁ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ଅବସରରେ ଶ୍ରୀ ପ୍ରଧାନ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ମାନଙ୍କୁ ଜନଜାଗରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାର ବିଚାରଧାରାକୁ ଘର ଘର ବୁଲି ଲୋକଙ୍କ ପାଖରେ ପହଁଚାଇବା ପାଇଁ ଆହ୍ୱାନ କରକିଥିଲେ ।
ଏହି ଜନ ସମ୍ବାଦ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ବ୍ଲକ ଉପାଧ୍ୟକ୍ଷା ତ୍ରିପୁରାରୀ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଭାଗିରଥି ପ୍ରଧାନ, ଜିଲ୍ଲା ଉପସଭାପତି ନୃସିଂହ ବରାଳ, ଲିଙ୍ଗରାଜ ଦାସ, ତନ୍ମୟ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ମଣ୍ଡଳ ସଭାପତି ପଅହ୍ଲାଦ ସାମଲ, ଗୋରାଚାନ୍ଦ ପ୍ରଧାନ, ଧର୍ମେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ ମଜଂରୀ ପ୍ରଧାନ, ସରୋଜ ସାହୁ, ତିରୁ ସୋଭାଗିନି ପ୍ରଧାନ, ତିରୁଲତା ଗଡନାଏକ ଓ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ମାନେ ଏହି ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।