ଅନୁଗୁଳ: ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ହାଟଛକ ସ୍ଥିତ ପେଟ୍ରୋଲ ପମ୍ପ ପଛ ପଟ ମଳିହା ପଡିଆରେ ୬ ଜଣ ଯୁବକ ବସି ସ୍ଥାନୀୟ ଅଚଂଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସେଠାରେ ଚଢ଼ାଉ କରିଥିଲା । ପୁଲିସର ଏହି ଚଢ଼ାଉ ବେଳେ ୬ ଜଣ ଯୁବକଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର, ନଗଦ ଟଙ୍କା ଓ ୨ଟି ବାଇକ ସହ ୫ଟି ମୋବାଇଲ ଫୋନ ଜବତ କରିଥିବା ଘଟଣା ସମଗ୍ର ଅନୁଗୁଳ ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଅନୁଗୁଳ ଥାନା ଏସ.ଆଇ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ମାନେ ରାତ୍ରୀ ପେଟ୍ରୋଲିଂ କରୁଥିବା ସମୟରେ କୋ÷ଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ସ୍ଥାନୀୟ ହାଟଛକ ସ୍ଥିତ ପେଟ୍ରୋଲ ପମ୍ପର ପଛପଟ ମଳିହା ପଡିଆରେ ୬ ଜଣ ଯୁବକ ବସି ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି । ଏହି ଖବର ପାଇବାକ୍ଷଣି ସମ୍ପୃକ୍ତ ଯୁବକ ମାନଙ୍କୁ ଧରିବା ପାଇଁ ଏସ.ଆଇ ଶ୍ରୀ ମାଝୀ ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ । ପୁଲିସର ଏହି ଚଢ଼ାଉ ବେଳେ ଧରା ପଡିଯିବା ଭୟରେ ସମ୍ପୃକ୍ତ ଯୁବକ ମାନେ ସେଠାରୁ ଦୋ÷ଡି ପଳାଉଥିବା ବେଳେ ଶ୍ରୀ ମାଝୀ ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।
ପୁଲିସ ସମ୍ପୃକ୍ତ ୬ ଜଣ ଯାକ ଯୁବକଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ହେଲେ କଲିୟାରୀ ଥାନା ଅନ୍ତର୍ଗତ ଭାଲୁଗାଡିଆ ଗ୍ରାମର ସଂଗ୍ରାମ ନାଏକ (୨୧), ଖଲାରୀର ସୋ÷ମ୍ୟ ରଜଂନ ପ୍ରଧାନ (୩୦), ଉତରପ୍ରଦେଶ ଗୋରଖପୁରର ବର୍ତମାନ ଅମଲାପଡାରେ ରହୁଥିବା ସୁଧିର ଗୁପ୍ତା (୨୪), ଅନୁଗୁଳ ଅମଲାପଡା ତୃତୀୟ ଲେନର ଆଥାନି ଓରଫ କିର୍ତୀ ରଜଂନ ସାହୁ (୨୩), ଲାଜିଂଗୁଡାର ସାନନ୍ଦ ନାଏକ (୨୭) ଏବଂ ତାଳଚେର କଣ୍ଢାଳ ଗ୍ରାମର ଦିପୁ ଓରଫ ପଙ୍କଜ କୁମାର ପ୍ରଧାନ (୩୦) ବୋଲି ଜଣାପଡିଥିଲା ଏବଂ ସେମାନେ ସ୍ଥାନୀୟ ଅଚଂଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ । ତତ୍ ସହିତ ପୁଲିସ ସେମାନଙ୍କ ଠାରୁ ୨ଟି ଛୁରୀ, ଗୋଟିଏ କଟରା, ଗୋଟିଏ ଆଇରନ ରଡ୍, ଗୋଟିଏ ବୁଲେଟ, ଗୋଟିଏ ହୋଣ୍ଡା ସାଇନ ବାଇକ, ୫ଟି ମୋବାଇଲ ଫୋନ ଓ ୩୬୯୦ ଟଙ୍କା ଜବତ କରିଥିଲେ । ପୁଲିସ ଗିରଫ ଅଭିଯୁକ୍ତଙ୍କ ନାମରେ ଦଫା ୩୯୯/୪୦୨ ଆପିସି/୨୫ ଆର୍ମସ ଆକ୍ଟରେ କେସ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ ।