ଧର୍ମଶାଳ.୨୦ ।୬ କରୋନା ଲକ ଡାଉନ ପର ଠାରୁ ବିଭିନ୍ନ ରାଜୟରୁ ଓଡିଆ ପ୍ରବାସୀଙ୍କ ଘର ବାହୁଡା ଜାରିରହିଛି । ଏହି କ୍ରମରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳକୁ ଆଜି ସୁଦ୍ଧା ୨୦୧୮୧ଜଣ ପ୍ରବାସୀ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୁର୍ବ ସରକାରୀ ନିୟମ ଅନୁଯାୟୀ ଯାଜପୁର ଜିଲ୍ଲାକୁ ଫେରିବା ଲାଗି ୪୫ ହଜାରରୁ ଉର୍ଦ୍ଧ ପ୍ରବାସୀ ନାମ ପଞ୍ଜିକରଣ କରିଥିଲେ ।
ଚଳିତ ମେ ମାସରୁ ପ୍ରବାସୀମାନଙ୍କ ଫେରିବା ଆରମ୍ଭ ହୋଇଛି । ତେବେ ଜିଲ୍ଲାକୁ ୧୮୦୯୨ ଜଣ ପୁରୁଷ, ୧୬୪୨ ଜଣ ମହିଳା ଓ ୪୪୭ଜଣ ଛୋଟପିଲା ଫେରିଥିବା ଜଣାଯାଇଛି ।
ଏଥି ମଦ୍ୟରୁ ସର୍ବାଧିକ ୪୦୨୦ଜଣ ତାମିଲନାଡୁରୁ ଆସିଥିବା ବେଳେ ତେଲେଙ୍ଗାନାରୁ ୩୬୮, ଫଶ୍ୱିମବଙ୍ଗରୁ ୨୪୨୩, ଗୁଜୁରାଟରୁ ୨୦୨୪,ଆନ୍ଦ୍ର ପ୍ରଦେଶରୁ ୧୭୨୦, କର୍ଣ୍ଣାଟକରୁ ୧୬୧୯,ମହାରାଷ୍ଟ୍ରରୁ ୧୭୩୧,କେରଳରୁ ୬୬୫,ଦିଲ୍ଲୀରୁ ୫୧୯,ଗୋଆରୁ ୩୧୬,ଉତ୍ଥରପ୍ରଦେଶ ୨୯୦,ଝାଡଖଣ୍ଡ ୨୦୭,ବିହାରରୁ ୧୬୮,ଛତିଶଗଡରୁ ୧୬୩,ମଧ୍ୟପ୍ରଦେଶରୁ ୧୦୯,ରାଜସ୍ଥାନରୁ ୧୦୫,ହରିଆନାରୁ ୨୧୨,ପୁଡୁଚେରୀରୁ ୪୦,ପଞାବରୁ ୨୫,ଦାଦର ନଗର ହାବେଲି ୧୭, ଜାମୁ କାଶ୍ମିରରୁ ୨୦,ହିମାଞ୍ଚଳ ପ୍ରଦେଶ ୦୩,ଆସାମରୁ ୨୬,ଉତ୍ତରାଖଣ୍ଡ ୪,ଡାମଣ୍ଡଡିୟୁ ୩୧,ଚଣ୍ଡିଗଡ ୧,ଅରୁଣାଞ୍ଚଳ ପ୍ରଦେଶ ୧୧,ସିକିମ୍ ୫,ମଣିପୁର ୭, ତ୍ରିପୁରା ୪,ମେଘାଳୟ ୧,ଆଣ୍ଡାମାନ ନିକୋଭର ୨,ନାଗାଲାଣ୍ଡ ୪ ଜଣ ଫେରିଥିବା ଜଣାଯାଇଛି ।
ଏମାନଙ୍କ ମଧ୍ୟରୁ କେତେଜଣ ପ୍ରବାସୀ ପୁଣି ନିଜ କର୍ମସଂସ୍ଥାନକୁ ଫେରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ପଟେ ବିଭିନ୍ନ ରାଜ୍ୟରେ ଲକ୍ ଡାଉନ ୫ରେ ଦେଶର ବିଭିନ୍ନ ରାଜ୍ୟରେ କଳ କାରଖାନା ଚାଲୁହେବା ଫଳରେ ଫେରିବାକୁ ପଞିକ