ଧର୍ମଶାଳା ୨୦ ।୬ : ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତ ଚକ୍ରୋଡା ଠରେ ଗତ ତିନି ମାସ ହେବ ୬ରୁ ୭ଫୁଟ ଉଚରେ କ୍ଷେତମଝିରେ ଓହଳି ରହିଛି ବିଦ୍ୟୁତ ତାର । ସ୍ଥାନୀୟ ଗ୍ରାମବାସୀ ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ । ଓହଳିଥିବା ତାରକୁ ଅନ୍ୟତ୍ର ହଟାଯାଉନିକି ଏକ ଖୁଣ୍ଟ ପକାଇ ଏହାକୁ ବିଭାଗ ପକ୍ଷରୁ ଉଚକୁ ଟେକାଯାଉନି ।
ଏବେ ଚାଷ କାମ ଆରମ୍ଭ ହେଲାଣି । ତେଣୁ ଚାଷୀର ଜୀବନ ପ୍ରତି ବିପଦ ରହିଛି । ଚାଷକାର୍ଯ୍ୟ କରୁକରୁ ଅନ୍ୟମନଷ୍କରେ ଚାଷିଯଦି ଉପରକୁ ହାତ ଟେକିଦିଏ କିମ୍ବା ଫାଉଡା,ଗଇଁତି କିଛି ତାରରେ ବାଜେ ଅଘଟଣ ଘଟି ଚାଷୀର ଜୀବନ ଯିବା ସାର ହେବ ।
ଏହାକୁ ଦୃଷ୍ଟିରେ ରଖି କିଛି ଚାଷୀ ବାଉଁଶ ସାହର୍ଯ୍ୟରେ ଝୁଲୁଥିବା ତାରକୁ ଟେକି ଦେଇଛନ୍ତି । ଟିକେ ପବନ ହେଲେ ଏହା କୌଣସି ମୂହୁର୍ତ୍ତରେ ଖସି ପଡିବାର ଆସଂକା ରହିଛି । ଯାହାଫଳରେ ମଣିଷ ଠାରୁ ଆରମ୍ଭକରି ଚରାବୁଲା ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତୁରନ୍ତ ବିଦ୍ୟୁତ ବିଭାଗ ଏହାର ପ୍ରତିକାର ନକଲେ ଶତାଧିକ ସ୍ଥାନୀୟ ଚାଷୀଙ୍କ ସମେତ ପାଟପୁର ସମିତି ସଭ୍ୟ ସୁବ୍ରତ ଧଳ ବିଭାଗୀୟ ଏସ୍ଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି ।