Odisha news

ପଣ୍ଡିତ ଗୋପବନ୍ଧୁ ଏ ଜାତିର ଗର୍ବ ଆଉ ଗୌରବର ପ୍ରତୀକ’

0

ଧର୍ମଶାଳ.୨୦ ।୬ : ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଧର୍ମଶାଳାର ପୂର୍ବତନ ବିଧାୟକ ତଥା ଖଦିବୋର୍ଡ ନିଦେ୍ର୍ଦଶକ ରବି ଲାବଣ୍ୟଙ୍କ ନେତୃତ୍ୱରେ ଆୟୋଜିତ ଶ୍ରାଦେ୍ଧାସôବରେ ସାମାଜିକ ଦୂରତାକୁ ଗୁରୁତ୍ୱପ୍ରଦାନ କରାଯାଇ ନିରାଡମ୍ବର ଭାବେ ଶ୍ରାଦେ୍ଧାସôବ ପାଳନ କରାଯାଇଥିଲା ।

ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପଣ୍ଡିତ ଗୋପବନ୍ଧୁ ଜଣେ ଆଦର୍ଶ ଜନନେତା ଥିଲେ । ସେ ଜୀବନବ୍ୟାପି ଖଦଡ ଛଡା ଅନ୍ୟ କିଛି ପିନ୍ଧୁନଥିଲେ ।

ଯଥାର୍ଥରେ ଗୋପବନ୍ଧୁ ଓଡିଆଜାତିର ଗର୍ବ ଆଉ ଗୌରବର ପ୍ରତୀକ ଥିଲେ ବୋଲି ଶ୍ରୀ ଲାବଣ୍ୟ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ଠାରେ ନେତ୍ରୋସôବ ପୂଜା କାର୍ଯ୍ୟ ଆୟୋଜିତ ହୋଇଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶିଶିର ମହାଣା, ରଣଜିତ ନାୟକ, ବଳିଆ ମହାରଣା, ମନସ୍ୱିନୀ ପଣ୍ଡା, ଭାଗ୍ୟବିଜୟିନୀ ପଣ୍ଡା, ମାନସୀ ଦାସ, ତନୁଜା ଦାସ, ତୁଷାରକାନ୍ତୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave A Reply