Odisha news

ସେସୁରେ କାର୍ଯ୍ୟକରି ଆସୁଥିବା ଠିକା ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ଟି.ପି.ସି.ଓ.ଡି.ଏଲ୍.ରେ ସ୍ଥାୟୀ ନିଯୁକ୍ତି ଦାବି

0

ଅନୁଗୁଳ-୦୫/୦୬ । ସରକାରୀ ପରିଚାଳନାରେ ବିଦୁ୍ୟତ୍ ବିତରଣ କରିଆସୁଥିବା ସେସୁରେ ୮ରୁ ୧୨ବର୍ଷ ଧରି ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରିଆସୁଥିବା ମିଟର ରିଡର, ବିଦୁ୍ୟତ୍ ବିଲ୍ କଲେକ୍ଟର ଓ ମେଣ୍ଟେନାନ୍ସ ଶ୍ରମିକ ମାନଙ୍କୁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ (ଟିପିସିଓଡିଏଲ୍)ରେ ଅବିଳମ୍ବେ ସ୍ଥାୟୀ ନିଯୁକ୍ତି ଦେବା ଦାବିରେ ଆଜି ପୂର୍ବାହ୍ନରେ ଏ.ଆଇ.ୟୁ.ଟି.ୟୁ.ସି ସହବନ୍ଧିତ  ବାବା ଚମ୍ପେଶ୍ୱର ବିଦୁ୍ୟତ୍ କର୍ମଚାରୀ ସଂଘ, ଅନୁଗୁଳ ପକ୍ଷରୁ ଅମଲାପଡାସ୍ଥ ବାସନ୍ତି ଦୁର୍ଗାପୂଜା ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏ.ଆଇ.ୟୁ.ଟି.ୟୁ.ସି ରାଜ୍ୟ ସମ୍ପାଦକ ତଥା ସଂଘ ସଭାପତି ଜୟସେନ ମେହେର ଯୋଗଦେଇ ଅତ୍ୟାବଶ୍ୟକ ବିଦୁ୍ୟତ୍ ସେବାରେ ସବୁଦିନିଆ କାମରେ ଠିକାଦାର ଓ ଫ୍ରାଞ୍ଚାଇଜ୍ ଅଧିନରେ କାର୍ଯ୍ୟକରି ଆସୁଥିବା ଶ୍ରମିକ କର୍ମଚାରୀମାନଙ୍କୁ ଉପଯୁକ୍ତ ମଜୁରୀ ଓ ସୁବିଧା ସୁଯୋଗ ପ୍ରଦାନ କରି ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ତୁରନ୍ତ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଛନ୍ତି ।

ସେସୁ କ୍ଷେତ୍ରରେ କଠିନ ପରିଶ୍ରମ କରି ବହୁ ପରିମାଣରେ ହ୍ରାସ କରିଥିବା ଶ୍ରମିକ କର୍ମଚାରୀମାନେ ଆଜି କରୋନା ମହାମାରୀ ଭଳି ବିପତ୍ତି ସମୟରେ କାମ ହରାଇ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି । ଏଣୁ ଅବିଳମ୍ବେ ନିଯୁକ୍ତିର ବ୍ୟବସ୍ଥା କରିବାକୁ ସଂଘର ସାଧାରଣ ସମ୍ପାଦକ ଦିପକ କୁମାର ସିଂ ଦାବି କରିଛନ୍ତି । ସରକାର, ଜିଲ୍ଲା ପ୍ରଶାସନ, ଟିପିସିଓଡିଏଲ୍ କର୍ତ୍ତୃପକ୍ଷ କର୍ମଚୁ୍ୟତ ଶ୍ରମିକମାନଙ୍କର ନିଯୁକ୍ତି  ସମ୍ପର୍କରେ ବାସ୍ତବ ପଦକ୍ଷେପ ଗ୍ରହଣନକଲେ ବଞ୍ଚôବା ତାଗିଦ୍ରେ ସପରିବାର ବିଦୁ୍ୟତ୍ ଉପଭୋକ୍ତାମାନଙ୍କ ସହଯୋଗରେ ଆନେ୍ଦାଳନକୁ ଓହ୍ଲାଇବୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳ, ଯୁଗ୍ମ ସମ୍ପାଦକ ପ୍ରତାପ କୁମାର ସାହୁ, କୋଷାଧ୍ୟକ୍ଷ ରଜତ ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ସୁକାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ସରୋଜ କୁମାର ଦେହୁରୀ, ବାଉରୀବନ୍ଧୁ ବେହେରା, ରାଜେଶ ଗୋଛାୟତ, ପ୍ରସନ୍ନ ସେନାପତି, ହରିହର ସାହୁ, ମଳୟ ସାମଲ, ଶ୍ରୀକାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ସାମଲ, ବିକାଶ ଗଡନାୟକ, ଦିଲ୍ଲୀପ ବିଶ୍ୱାଳ, ତୁଷାର କୁମାର ମିଶ୍ର ପ୍ରମୁଖ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ, ଅନୁଗୁଳ ଜିଲ୍ଲାରେ ପ୍ରାୟ ୭୦୦ରୁ ଉଦ୍ଧ୍ୱର୍ ମିଟର ରିଡର, ମେଣ୍ଟେନାନ୍ସ କର୍ମଚାରୀ ଓ ବିଦୁ୍ୟତ୍ ବିଲ୍ କଲେକ୍ଟର ମାନେ ଦୀର୍ଘ ୮ରୁ ୧୨ବର୍ଷ ଧରି ସରକାରଙ୍କ ବିଦୁ୍ୟତ୍ ବିତରଣ କମ୍ପାନୀ ସେସୁରେ ଠିକା ସଂସ୍ଥା ଓ ଫ୍ରାଞ୍ଚାଇଜ୍ ମାଧ୍ୟମରେ କାର୍ଯ୍ୟକରି ଆସିଛନ୍ତି । କିନ୍ତୁ ରାଜ୍ୟ ସରକାର ଘରୋଇ କମ୍ପାନୀ ଟାଟା ପାୱାର ସହିତ ଆଗାମୀ ୨୫ବର୍ଷ ପାଇଁ ବିଦୁ୍ୟତ୍ ବିତରଣ ଦାୟିତ୍ୱ ତୁଲାଇବାକୁ ଚୁକ୍ତିବଦ୍ଧ ହୋଇଛନ୍ତି । ଯାହାଫଳରେ ଗତ ୧ ଜୁନ୍ ୨୦୨୦ ଠାରୁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ (ଟିପିସିଓଡିଏଲ୍) ନାମରେ ନାମିତ ସଂସ୍ଥା ବିଦୁ୍ୟତ୍ ବିତରଣ ଦାୟିତ୍ୱ ଗ୍ରହଣ କରିଛନ୍ତି । କିନ୍ତୁ କରୋନା ବିପତ୍ତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ କାର୍ଯ୍ୟ ପରିଚାଳନା କରାଯାଇପାରିନାହିଁ । ଏଭଳି ପରିସ୍ଥିତିରେ କାର୍ଯ୍ୟ କରିଆସୁଥିବା ଶ୍ରମିକ କର୍ମଚାରୀମାନେ କାର୍ଯ୍ୟ ହରାଇ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ଏ ସମ୍ପର୍କରେ ମଧ୍ୟ ରାଜ୍ୟ ଶକ୍ତିମନ୍ତ୍ରୀ, ଜିଲ୍ଲା ପ୍ରଶାସନ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ସଂସାଦ ମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ବାସ୍ତବ ପଦକ୍ଷେପ ଗ୍ରହଣ କରାନଯାଇ ଯେନତେନ ପ୍ରକାରେ ବିଦୁ୍ୟତ୍ ବିଭାଗ ପକ୍ଷରୁ କାର୍ଯ୍ୟ ଚଳାଇରଖାଯାଇଥିବା ଜଣାଯାଇଛି ।

Leave A Reply