Odisha news

ପୋଖରୀଆପଡା ପତିତପାବନ ମନ୍ଦିରରେ ପ୍ରଭୁଙ୍କ ସ୍ନାନଯାତ୍ରା ଓ ହାତୀବେଶ

0

ପଟ୍ଟାମୁଣ୍ଡାଇ :  ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଦେବ  ଓ ମା ସୁଭଦ୍ରାଙ୍କ ସ୍ନାନଯାତ୍ରା ଓ ହାତୀବେଶ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରତୁ୍ୟଷରେ ଭୋର ୪ଟା ସମୟରେ ଠାକୁରଙ୍କ ପହଡ ଫିଟିଥିଲା । ୫ଟାବେଳେ ପହଣ୍ଡି ବିଜେ ହୋଇ ପ୍ରଭୁ ସ୍ନାନ ମଣ୍ଡପକୁ ଯାତ୍ରା କରିଥିଲେ । ବ୍ରାହ୍ମଣ, ପଣ୍ଡିତମାନଙ୍କ ମନ୍ତ୍ରଧ୍ୱନୀ ମଧ୍ୟରେ ଠାକୁର ସ୍ନାନଯାତ୍ରା କାର୍ଯ୍ୟକ୍ରମ ପାରମ୍ପରିକ ଭାବେ ଯଥାବିଧି ଅନୁଷ୍ଠିତ ହୋଇଥିଲା ।

ସ୍ନାନଯାତ୍ରା କାର୍ଯ୍ୟକ୍ରମ ସଂପନ୍ନ ପରେ ମନ୍ଦିର ପୂଜକମାନେ ପ୍ରଭୁଙ୍କୁ ହାତୀବେଶରେ ସଜାଇ ଥିଲେ । ପ୍ରଭୁଙ୍କ ହାତୀବେଶ କାର୍ଯ୍ୟକ୍ରମ ଓ ମନ୍ଦିର ସମସ୍ତ ନୀତିକାନ୍ତି ସାମାଜିକ ଦୂରତ୍ୱ ମଧ୍ୟରେ ସରକାରୀ କଟକଣା ଅନୁଯାୟୀ ସଂପନ୍ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ଉପସଭାପତି ନରହରି ଲେଙ୍କା, ସଂପାଦକ ଈଶ୍ୱର ଚନ୍ଦ୍ର ଲେଙ୍କା, ଶୁକଦେବ ସ୍ୱାଇଁ, ବିଦ୍ୟାଭୂଷଣ ପାଠୀ, ଇଂ. ତ୍ରିଲୋଚନ ସୂତାର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply