Odisha news

ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଜିଲ୍ଲା ସ୍କାଉଟ ଗାଇଡ ପକ୍ଷରୁ କରୋନା ସଚେତନତା

0

ପଟ୍ଟାମୁଣ୍ଡାଇ : ମହାମାରୀ କରୋନା ଯୋଗୁଁ ଥରହର ହୋଇ ପଡିଛି ସାରା ବିଶ୍ୱ । ଜୀବନ ଜୀବିକାର ଦୋଛକିରେ ପଡି ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କରୋନା ଭୟ ଓ ସରକାରୀ କଟକଣା ଯୋଗୁଁ ପିଲାମାନଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ଆଗାମୀ ପୀଡିର ଭବିଷ୍ୟତ ଶିଶୁମାନଙ୍କ ମହାମାରୀ କରୋନା କବଳରୁ ମୁକ୍ତ କରିବା ସହିତ କରୋନା ସଂପର୍କରେ ଶିଶୁମାନଙ୍କୁ ସଚେତନ କରାଇବା ପାଇଁ ଆଜି ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ଜିଲ୍ଲା ସ୍କାଉଟ ଗାଇଡ ସଂସ୍ଥା ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନଆଚାର୍ଯ୍ୟ ନାରାୟଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍କାଉଟ ଗାଇଡ ସଂପାଦିକା ସ୍ମିତାପ୍ରତିଭା ସାହୁ, ସହପ୍ରଧାନଆଚାର୍ଯ୍ୟ ଅଜିତ ମଲ୍ଲିକ, ଚନ୍ଦ୍ରଭାନୁ ମଲିକ, ପ୍ରଭୁଦତ ଦାଶ, ସଂପାଦକ ଅମ୍ବୁଜ ଭୂଷଣ ନାୟକ ପ୍ରମୁଖ ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାରୀ କଟକଣା ମାନି ଚଳିବା ସହିତ ସବୁବେଳେ ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ସଂପର୍କରେ କୋମଳମତି ଶିଶୁମାନଙ୍କୁ ସଚେତନ କରାଇଥିଲେ । ଏଇ ଅବସରରେ ଜିଲ୍ଲା ସ୍କାଉଟ ଗାଇଡ ସଂସ୍ଥା ପକ୍ଷରୁ ପିଲାମାନଙ୍କୁ ସାମାଜିକ ଦୂରତା ମଧ୍ୟରେ ମାକ୍ସ ବଟଂନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁଷ୍ପିତା ମହାନ୍ତି, ଏ÷ାଶ୍ୱର୍ଯ୍ୟା ରାୟ, ସୁଜାତା ସାହୁ, ଦିପ୍ତିମୟୀ ତ୍ରିପାଠୀ, ତନିସା ବିସ୍ୱାଳ, କୃର୍ଷ୍ଣାରାଣୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Nalco

Leave A Reply