ଠାକୁରଗଡ଼: ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପୁଲିସ ଏକ ଡକାୟତି ଗ୍ୟାଙ୍ଗ କୁ କାବୁ କରିଛି । ଏଥିରେ ସଂମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରିଛି । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଡକାୟତିରେ ସମ୍ପୃକ୍ତଥିବା ବେଳେ ସୋମବାର ରାତିରେ ଠାକୁରଗଡ଼ ଥାନା ପାଇକସାହି ସ୍ଥିତ ବ୍ୟାଙ୍କ ଅଫ ବରୋଦା ର ଏଟିଏମ ଭାଙ୍ଗିବା ସହ ଲୁଟ ଉଦ୍ୟମ ଓ ପୁରୁଣାକୋଟ ଥାନା ବାଘମୁଣ୍ଡା ଆଶ୍ରମ ସ୍କୁଲ ରୁ ତାଲା ଭାଙ୍ଗି ଚୋରୀ କରିଥିବା ଘଟଣାର ସମ୍ପୃକ୍ତି ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଠାକୁରଗଡ଼ ଥାନା ଗେଧିଲିମୁଣ୍ଡା ଗ୍ରାମର ନକୁଳ ନାୟକ (୧୭), ମହୁଲନାଳୀ ଗ୍ରାମର ସୁବର୍ଣ୍ଣ କୁମାର ନାୟକ (୧୯), ପୁରଣାକୋଟ ଥାନା ଟାଇଁସି ଗ୍ରାମର ସତ୍ୟବ୍ରତ ନାୟକ (୧୮), ଦୁଃଖବନ୍ଧୁ ନାୟକ ଓରଫ ବିକାଶ (୨୦), ମାନସ ବେହେରା (୨୫), ଗୋ÷ରାଙ୍ଗ ନାୟକ (୨୩), ଗଣପତି ବେହେରା (୩୫) ।
ଏ ନେଇ ଶୁକ୍ରବାର ଦିନ ଠାକୁରଗଡ଼ ଓ ପୁରୁଣାକୋଟ ପୁଲିସ ପକ୍ଷରୁ ଠାକୁରଗଡ଼ ଠାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଠାକୁରଗଡ଼ ଆଇ ଆଇ ସି ଗବାକ୍ଷ ନାୟକଙ୍କ କହିବା ଅନୁଯାୟୀ ସତ୍ୟବ୍ରତ ଆଇ.ଟି.ଆଇ ଛାତ୍ର ଅଟନ୍ତି । ସେ କିଛି ଦିନ ହେବ ବିଭିନ୍ନ ଅଚଂଳରେ ବଡଧରଣର ଡକାୟତ କରିବା ପାଇଁ ଯୋଜନା କରିଥିଲେ । ଏ ନେଇ ଏକ୍ସ ବ୍ଲୁ ପି୍ରଟଂ ପ୍ରସ୍ତୁତ କରି ତାଙ୍କର ୬ ଜଣ ସହଯୋଗୀ ଦୁଃଖବନ୍ଧୁ, ମାନସ, ଗୋ÷ରାଙ୍ଗ, ଗଣପତି, ସୁବର୍ଣ୍ଣ, ନକୁଳ ଙ୍କୁ ସାଥି କରି ପାଇକସାହି ବ୍ୟାଙ୍କ ଅଫ୍ ବରୋଦା କୁ ଲୁଟ କରିବା ପାଇଁ ରବିବାର ଦିନ ଟାଇଁସି ଠାରେ ଯୋଜନା ପ୍ରସ୍ତୁତ କରିଥିଲେ । ପରେ ସୋମବାର ରାତିରେ ସତ୍ୟବ୍ରତ ଓ ତାଙ୍କର ୬ ଜଣ ସହଯୋଗୀ ସହ ମିଶି ପ୍ରଥମେ ଏଟିଏମ ଭାଙ୍ଗିଥିଳେ । ହେଲେ ଏଥିରେ ବିଫଳ ହେବାରୁ ବ୍ୟାଙ୍କରେ ଥିବା ୨ଟି କମ୍ପ୍ୟୁଟର ଚୋରୀ କରି ନେଇଯାଇଥିଲେ ।
ପରେ ପୁରୁଣାକୋଟ ଥାନା ବାଘମୁଣ୍ଡା ଆଶ୍ରମ ସ୍କୁଲରୁ ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର, ମୂଳ୍ୟବାନ ସାମଗ୍ରୀ ଚୋରୀ କରି ନେଇଥିଲେ । ପରେ ବ୍ୟାଙ୍କର ଶାଖା ପରିଚାଳକ ଉମାଶଙ୍କର ଜେନାମଣି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନାଦି ଚରର ନାୟକ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଏସପି ଙ୍କ ନିଦେ୍ର୍ଦଶକ୍ରମେ ଠାକୁରଗଡ଼ ସେକେଣ୍ଡ ଅଫିସର ସୁରେଶ ଚନ୍ଦ୍ର ବେହେରା, ଟାପଢ଼ୋଲ ଫାଣ୍ଡି ଅଧିକାରୀ କରୁଣାକର ନନ୍ଦ, ଆଇ ଆଇ ସି ଶ୍ରୀ ନାୟକ, ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆଙ୍କ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଥିଲେ । ।ସମାନଙ୍କ ଠାରୁ ୨ଟି ବାଇକ ନଂ-(ଓଡି-୧୯-କେ-୭୭୩୪) ଓ (ଓଡି୧୯-କ୍ୟୁ-୬୫୮୬) ସହ ୨ଟି କମ୍ପ୍ୟୁଟର, ସିସିଟିଭି କେବୁଲ, ସିସିଟିଭି ବକ୍ସ, ଇଟଂଟେକ୍ସ, ୪ଟି ସିଲିଙ୍ଗ ଫ୍ୟାନ, ଜବତ କରାଯାଇଛି । ସେମାନଙ୍କୁ ଠାକୁରଗଡ଼ ଥାନା କେସ ନଂ ୭୫/୨୦୨୦, ପୁରୁଣାକୋଟ ଥାନା କେସ ନଂ ୨୩/୨୦୨୦ରେ ୨ଟି ମାମଲା ରୁଜୁ କରାଯାଇ ଆଠମଲ୍ଲିକ କୋର୍ଟକୁ ଚାଲାଣ କରାଯାଇଥିବା ସମ୍ମିଳନୀ ରେ ସୂଚନା ଦିଆଯାଇଛି ।