ଦଶରଥପୁରରେ ୩୧ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା,ମଲ୍ଲିକାପୁର ଆଦର୍ଶ ବିଦ୍ୟାଳୟ ସଂଗରୋଧରେ ରହୁଥିବା ୩ ଆକ୍ରାନ୍ତ ଅକରପଡାର ଜଣେ ବୃଦ୍ଧା ଓ ଭେଲଙ୍ଗର ୨ ଯୁବକ କରୋନାରେ ଆକ୍ରାନ୍ତ ,୧ ମିଟର ବ୍ୟବଧାନ ରହୁନାହିଁ ଆଶ୍ରୟସ୍ଥଳି, ନାହିଁ ଆବଶ୍ୟକ ପରିମାଣର ଶୌଚାଳୟ
ଦଶରଥପୁର : ଦଶରଥପୁର ବ୍ଲକରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବ୍ଲକରେ ମୋଟ ୩୧କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆକ୍ରାନ୍ତ ହୋଇଥିବା ୩ ଜଣ ମଲ୍ଲିକାପୁର ପଂଚାୟତ ଆଦର୍ଶ ବିଦ୍ୟାଳୟରେ ରହୁଥିବାବେଳେ ସମସ୍ତେ କଲିକତାରୁ ଫେରିଥିଲେ । ବ୍ଲକସ୍ଥ ଅକରପଡା ଗ୍ରାମର ୫୩ ବର୍ଷିାୟା ବୃଦ୍ଧା ଏବଂ ଭେଲଙ୍ଗ ଗ୍ରାମର ଜଣେ ୨୮ ଏବଂ ୪୨ ବର୍ଷୀୟା ଯୁବକ ଆକ୍ରାନ୍ତ ହୋଇଛନ୍ତି । ଏହି ୩ ଜଣ ଗତ ୭ ତାରିଖ ଦିନ କଲିକତାରୁ ଫେରିଥିବାବେଳେ ବ୍ଲକ ପ୍ରଶାସନ ପକ୍ଷରୁ ମଲ୍ଲିକାପୁର ପଂଚାୟତସ୍ଥ ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା ।
ଖବର ଆସିବାପରେ ମଂଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଉମାକାନ୍ତ ମଲ୍ଲିକ, ମଗଳପୁର ଥାନା ଅଧିକାରୀ ଅସିତ ରଂଜନ ମହାନ୍ତି, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିି ଆକ୍ରାନ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ମିଳିଥିବା ସୂଚନାନୁଯାୟୀ ୩ ଆକ୍ରାନ୍ତ ହୋଇଥିବା ଲୋକ ଏକତ୍ରିତ ହୋଇ ୬ ଜଣ ପାଣିକୋଇଲିରୁ ଏଠାକୁ ଆସିଥିଲେ । ଅନ୍ୟପକ୍ଷରେ ଆକ୍ରନ୍ତ ଜଣକ ସ୍ୱାବ ପରୀକ୍ଷା ୭ ତାରିଖରେ ହୋଇଥିବାବେଳେ ୭ ତାରିଖ ସୁଧା ଆଦର୍ଶ ବିଦ୍ୟାଳୟରେ ମାତ୍ର ୧୯ ଜଣ ଥିବାବେଳେ ଆଜି ପର୍ଯ୍ୟନ୍ତ ୮୬ ଜଣ ସେଠାରେ ରହିଛନ୍ତି ।
ଏଣୁ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ଭୟଭିତ ହୋଇଯାଇଛନ୍ତି ଅନ୍ତେବାସୀ । ଏହି ବିଦ୍ୟାଳୟରେ ରହୁଥିବା ବ୍ୟକ୍ତିମାନଙ୍କୁ ୧ ମିଟର ବ୍ୟବଧାନରେ ରଖାଯାଇନାହିଁ । ଆବଶ୍ୟକ ସଂଖ୍ୟକ ପାଇଖାନ ନାହିଁ । ଫଳରେ ସୀମିତ ଶୌଚାଳୟରେ ସମସ୍ତେ ବ୍ୟବହାର କରୁଛନ୍ତି । ଏଣୁ ଭୟର ବାତାବରଣ ଦେଖାଯାଇଛି । ଏଥିପ୍ରତି ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅନ୍ତେବାସୀମାନେ ନିବେଦନ କରିଛନ୍ତି । ପ୍ରକାଶଥାଉକି ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତ ୩୧ରେ ପହଂଚିଥିବାବେଳେ କଟିକଟାରୁ ୨୧, ଅକରପଡାରୁ ୨, ଭେଲଙ୍ଗରୁ ୨, କୋଦେଇବାଟିରୁ ୨, ବିରଜାପୁରରୁ ୨, ଦେଓପରାରୁ ୧, ମହାନ୍ତିପାଟଣାରୁ ୧ ଜଣେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ।