Odisha news

ଉକ୍ରଳମଣି ଗୋପବନ୍ଧୁ ଅନ୍ଧକଲ୍ୟାଣ ସମିତି ପକ୍ଷରୁ ମାସ୍କ ବିତରଣ

0

କଣିହାଁ : ମହାମାରି କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଣିହାଁସ୍ଥ ଉକ୍ରଳମଣି ଗୋପବନ୍ଧୁ ଅନ୍ଧକଲ୍ୟାଣ ସମିତି ପକ୍ଷରୁ ବିଭିନ୍ନ ଗ୍ରାମରେ ମାସ୍କ ବିତରଣ କରାଯାଇଛି । ସମିତିର ସଭାପତି ସୁଧାକର ପ୍ରଧାନଙ୍କ ସଭାପତିତ୍ୱରେ  କଣିହାଁରେ ଆୟୋଜିତ ବିତରଣ କାର୍ଯ୍ୟକ୍ରମରେ କଣିହାଁ ବିଡିଓ ରମେଶ କୁମାର ଜେନା ଯୋଗଦେଇ ମାସ୍କ ବିତରଣ କରିବାସହ ସାମାଜିକ ଦୁରତା ରକ୍ଷା କରି ଘରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମିତି ପକ୍ଷରୁ ୩ହଜାର ମାସ୍କ ବଂଟନ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ପଂଚାୟତ ସମିତି ଉପାଧ୍ୟକ୍ଷ ତ୍ରପୁରାରୀ ପ୍ରଧାନ,  ସମିତିର ସଂପାଦକ କାଳନ୍ଦି ଚରଣ ପ୍ରଧାନ, ସହସଂପାଦକ ରୋହିତ କୁମାର ପ୍ରଧାନ ,ଆଲୋକ ସାହୁ, କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ । ବଂଟନ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସମିତି ପରିସରରେ ଥିବା ଉକ୍ରଳମଣି ଗୋପବନ୍ଧୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Leave A Reply