ବାଲିଅନ୍ତା : ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୋମବାର ଦିବା ୧୧ ଘଟିକା ସମୟରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷାଅଧିକାରିଣୀ ସ୍ନିଗ୍ଧା ମିଶ୍ରଙ୍କ ଜରିଆରେ କରୋନା ମୁକାବିଲା ପାଇଁ ବ୍ଳକର ସମସ୍ତ ପ୍ରାଥମିକ ଶିକ୍ଷକ ସମୁହ ଭାବେ ନିଜର ଗୋଟିଏ ଦିନର ଦରମା ମୋଟ ୪ଲକ୍ଷ ୪୯ହଜାର ୯୭୭ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଠିକୁ ପ୍ରଦାନ କରିଛନ୍ତି । ଏହି ସମୟରେ ବିଷ୍ଓୁ ଚରଣ ବେହେରା, ପ୍ରେମଲତା ଦେବୀ, ତପନ କୁମାର ମେକାପ, ସୁନିଲ କୁମାର ସାହୁ, ଜଗବନ୍ଧୁ ପରିଡା, ସିମାଂଚଳ ନାୟକ, ସତ୍ୟ ରଂଜନ ପଣ୍ଡା, ଗଣେସ୍ୱର ବିଶ୍ୱାଳ, ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।